ପୁରୀ ନିମାପଡ଼ାରୁ ନାବାଳିକା ଉଦ୍ଧାର ମାମଲା: କନ୍ୟାଶ୍ରମ ନାଁରେ ଅଭିଯୋଗ

ଭୁବନେଶ୍ୱର:  ପୁରୀ ନିମାପଡ଼ାରୁ ଅନୁଗୁଳର ନାବାଳିକା ଉଦ୍ଧାର ପରେ ଖୋଲୁଛି କନ୍ୟାଶ୍ରମ ଗୁମର । ନାବାଳିକାଙ୍କ ମାଆ କନ୍ୟାଶ୍ରମ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ।  ନାବାଳିକାଙ୍କ ମାଆଙ୍କ କହିବା ଅନୁସାରେ  ଟେଲରିଂ ଶିଖାଇବା ନାଁରେ ତାଙ୍କ  ଝିଅକୁ ନେଇଥିଲେ । କିନ୍ତୁ ଟେଲରିଂ ଶିଖାଇବା ପରିବର୍ତ୍ତେ ନିର୍ଯାତନା ଦେଉଥିବା ନିଜେ ନାବାଳିକା ତାଙ୍କ ମା’ଙ୍କୁ ଫୋନ କଲ କରି ଜଣାଇଥିଲେ ।

ଘଟଣା ବିଷୟର ଜାଣିବା ପରେ  ଏହାପରେ ଚାଇଲ୍‌ଡ ଲାଇନ୍ ସହାୟତାରେ ପୋଲିସରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ । ଗତକାଲି ପୁରୀ ଶିଶୁ ସୁରକ୍ଷା କମିଟିର ନିର୍ଦ୍ଦେଶରେ ପୋଲିସ ଓ ଚାଇଲଡ ଲାଇନର ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଓଡିଶା ଲାଇଭଲି ହୁଡସ ମିଶନର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ମଧୁଛନ୍ଦା ପ୍ରଧାନ ନାବାଳିକାଙ୍କୁ ଘରେ କାମ କରାଇବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

୩ମାସରୁ ଅଧିକ ସମୟ ଧରି ନାବାଳିକାଙ୍କୁ ମାର୍‌ପିଟ କରାଯାଉଥିବା ନାବାଳିକାଙ୍କ ମା ଅଭିଯୋଗ କରିଥିଲେ । ପୁରୀ ଶିଶୁ ସୁରକ୍ଷା କମିଟି ନାବାଳିକାଙ୍କୁ ଉଦ୍ଧାର କରି ପଚରା ଉଚରା କରିବା ସହ ଓପନ ସେଲଟରରେ ରଖିଛି ।

Leave a Reply