ନନ୍ଦିଘୋଷ ବ୍ୟୁରୋ: ପୁରୀରେ ହତ୍ୟା । ଟାଇଲସ ମିସ୍ତ୍ରୀଙ୍କୁ ହତ୍ୟା କଲା ସହଯୋଗୀ । ହାତୁଡ଼ିରେ ମାରି ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଅନ୍ୟ ଜଣେ ସହଯୋଗୀ। ମୃତକ ହେଲେ ପଶ୍ଚିମବଙ୍ଗ ମେଦିନୀପୁରର ଶେଖ୍ ନୋରା ଆଲମ୍। ଘଟଣାସ୍ଥଳରେ ପଚରାଉଚରା କରୁଛି ମେରାଇନ ଓ ତାଳବଣିଆ ଥାନା ପୋଲିସ । ମୃତକ ଗତ ଦେଢ଼ ବର୍ଷ ଧରି ଆଖପାଖ ଅଞ୍ଚଳରେ ଲେବରଙ୍କୁ ଆଣି ଟାଇଲ୍ସ କାମ କରି ଆସୁଥିଲେ। ଗତ ୩ ମାସ ଧରି ଘଟଣା ଘଟିଥିବା ସ୍ଥାନରେ କାମ କରୁଥିଲେ । ତେବେ ଜଣେ ଶ୍ରମିକ ମୁସାରଫଙ୍କ ସହ ପାଟି ତୁଣ୍ଡ ହୋଇଥିଲା । ପରେ ଶେଖ ନୁରାକୁ ହତ୍ୟା କରିଥିଲା ମୁସାରଫ । ପାଖରେ ଶୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଶେଖ୍ ଫିରଦୋଷଙ୍କୁ ମଧ୍ୟ ଛୁରୀ ଭୁସି ଫେରାର ହୋଇଛି ମୁସାରଫ।

