ମାଟିରେ ମିଶିଲା ପୁରୀ ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ

1 min read
puri-municipality-market-complex-sri-jagannath-temple

ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । କିଛିଦିନର ବ୍ୟବଧାନ ପରେ ପୁଣି ପୁରୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ସହରର କେନ୍ଦ୍ର ସ୍ଥଳରେ ଥିବା ମୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସକୁ ଅସୁରକ୍ଷିତ ଦର୍ଶାଯାଇଥିବା ବେଳେ ଆଜି ତାହାକୁ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ କରାଯାଇଛି |

ଆଜିର ଉଚ୍ଛେଦ ପ୍ରକ୍ରିୟାରେ ଏକ ଏକର ୭୨ଡ଼ିସିମିଲ ପରିଧିରେ  ନିର୍ମାଣ ହୋଇଥିବା ୧୫୯ଟି ଦୋକାନ ଗୃହକୁ ୯ଟି  ବୁଲଡୋଜର ଲଗାଇ ସମ୍ପୂର୍ଣ ଉଚ୍ଛେଦ କରିଛି ପ୍ରଶାସନ । ଅନ୍ୟପଟେ ଉଚ୍ଛେଦ ପ୍ରକ୍ରିୟାକୁ ସହଯୋଗ କରିଛନ୍ତି ବ୍ୟବସାୟୀ। ଏଥିସହିତ କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଦୋକାନୀ । ଶ୍ରୀଜଗନ୍ନାଥ ମନ୍ଦିରର ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ଯୋଗୁଁ କ୍ଷତିଗ୍ରସ୍ତଙ୍କୁ ମିଳୁଥିବା କ୍ଷତିପୂରଣ ଥଇଥାନ ବ୍ୟବସ୍ଥାକୁ ସେମନଙ୍କ ପାଇଁ ଲାଗୁ କରିବାକୁ ଦାବି ହୋଇଛି । ଦୋକାନ ଖାଲି କରିବା ବାବଦକୁ ୫୦ହାଜର, ଦୋକାନ ଘର ନମିଳିବା ଯାଏ ମାସିକ ଭତ୍ତା ଯୋଗାଇଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ଦୋକାନ ଉଚ୍ଛେଦ ହୋଇଥିବା ସ୍ଥାନରେ ତିନିତାଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବା ସହ ପ୍ରାୟ ୪୭୫ଟି ଦୋକାନ ଘର ନିର୍ମାଣ ଏବଂ ପ୍ରାୟ ୧୦୦ଟି ଚାରିଚକିଆ  ଯାନ ରହିବା ପାଇଁ ପାର୍କିଙ୍ଗ ବ୍ୟବସ୍ଥା କରାଯିବ। ଏନେଇ ୩୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର ପ୍ରସ୍ତୁତ ସରିଛି । ଆସନ୍ତା ୨୩ ତାରିଖରୁ ନଭେମ୍ବର ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବା ସହ ପ୍ରାୟ ୧୮ମାସ ମଧ୍ୟରେ ଏହା ନିର୍ମାଣ ଶେଷ ହେବ ବୋଲି ପ୍ରଶାସନ ସୂଚନା ଦେଇଛି । ତେବେ ଆଜି ଶାନ୍ତି ଶୃଙ୍ଖଳାର ସହ ଉଚ୍ଛେଦ କାର୍ଯ୍ୟ ଚାଲିଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ')}

Leave a Reply