ମାନସ ବଳିୟାରସିଂ ହତ୍ୟା ମାମଲା: ୨୦ଜଣଙ୍କୁ ଆଜୀବନ କାରାଦଣ୍ଡ

ପୁରୀ: ବହୁଚର୍ଚ୍ଚିତ ପୁରୀ ମାନସ ବଳିୟାରସିଂ ହତ୍ୟା ମାମଲା । ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ । ୧୦ ବର୍ଷ ପରେ ମିଳିଛି ନ୍ୟାୟ । ପୁରୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଶୁଣାଇଲେ ରାୟ । ୨୦୧୨ ମସିହାରେ କଣାସ ଚାଣ୍ଡପଡା ଅଂଚଳର ମାନସ ବଳିୟାରସିଂଙ୍କୁ ଏକ ଚାକୁଣ୍ଡା ଗଛ ବିବାଦକୁ ନେଇ ହତ୍ୟା କରିଥିଲେ ଅଭିଯୁକ୍ତ । ତାଙ୍କ ଦାଦା ଓ ସ୍ତ୍ରୀ ମଧ୍ୟ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ସେତେବେଳେ ସଂଘବଧ ହତ୍ୟାକାଣ୍ଡ ମାମଲା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ମାମଲାର ବିଚାରକରି ଆଜି ପୁରୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାରେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ ରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦଣ୍ଡିତ କରିଛନ୍ତି । ମାମଲାରେ ପୋଲିସ ସମେତ ଅନ୍ୟ ୨୪ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଆଜି ଜଜ ରାଜକିଶୋର ଲେଙ୍କା ଭାରତୀୟ ପିଙ୍ଗଳ କୋଡ଼ ୩୦୨ ଦଫାରେ ରାୟ ଶୁଣାଇଛନ୍ତି । ତେବେ ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବର୍ତମାନ ଏହି ମାମଲାରେ ଅନ୍ୟ ୧୯ ଜଣ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ସେମାନେ ଆଜୀବନ କାରାଦଣ୍ଡ ଭୋଗିବେ।