spot_img

Latest Posts

ଶ୍ରୀକ୍ଷେତ୍ର ବିକାଶର କିଏ ସାଜିବ ସାରଥୀ ?

ପୁରୀ: ରାଜ୍ୟର ଉପକୂଳବର୍ତ୍ତୀ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ ଲୋକସଭା କ୍ଷେତ୍ର ବେଶ ଗୁରୁତ୍ୱପୂର୍ଣ୍ଣ । ଦେଶର ଚାରି ଧାମ ମଧ୍ୟରୁ ଅନ୍ୟତମ ଧାମ ପୁରୀ । ଚଳିତ ନିର୍ବାଚନରେ ଏହି ପବିତ୍ରଧାମ ଉପରେ ରହିଛି ପ୍ରମୁଖ ଦଳର ନଜର । ବିଜେଡି ପାର୍ଥୀ ଅରୂପ ପଟ୍ଟନାୟକଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି । ଟିକେଟ ପାଇବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଏଠାରେ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ସେପଟେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ଯ ନିଜ ଅଭିଯାନକୁ ଜୋରଦାର କରିଛନ୍ତି । ଏବେ ଅପେକ୍ଷା କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ।

କିଏ ହାତେଇବ ପୁରୀ ? କାହାକୁ ଆଶୀର୍ବାଦ କରିବେ ମହାପ୍ରଭୁ ? ଶ୍ରୀକ୍ଷେତ୍ରର ବିକାଶର କିଏ ସାଜିବ ସାରଥୀ ? ଏପରି ଆଲୋଚନା ପର୍ଯ୍ଯାଲୋଚନା ଭିତରେ ଆରମ୍ଭ ହୋଇଛି ରାଜନୈତିକ ଗୋଟି ଚାଳନା । ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଦଳୀୟ ମହଲରେ ଦେଖାଦେଇଛି ଉତ୍ସାହ। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନିଜ ପ୍ରଚାର ଅଭିଯାନକୁ ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଲୋକଙ୍କ ଭଲପାଇବା ବିଜେଡି ଓ ତାଙ୍କ ସପକ୍ଷରେ ଯିବା ନେଇ ସେ ବେଶ ଆଶାବାଦୀ । ତାଙ୍କ ପ୍ରତିଦ୍ବନ୍ଦ୍ବୀ ଙ୍କ ବିଷୟରେ ସେ କିଛି ଜାଣି ନଥିବା କରିଥିବାବେ ବେଳେ ସେ ଜଣେ ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଓ ତାଙ୍କ ସମ୍ପର୍କରେ ଅଧିକ କିଛି ନ କହିବା ଭଲ ବୋଲି ମତ ରଖିଛନ୍ତି ।

ପୁରୀରେ ଅନେକ ବିକାଶ କାର୍ଯ୍ଯ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ବିମାନ ବନ୍ଦର, ଶ୍ରୀସେତୁ, ଶ୍ରୀଦାଣ୍ଡ ସବୁଠି ଦେଖିବାକୁ ମିଳିଛି ବିକାଶର ଆକାଶଛୁଆଁ ଚିତ୍ର। ବିକାଶକୁ ନେଇ ପୁରୀବାସୀ ଉତ୍ସାହିତ ଥିବବେଳେ ବିଜେପି ମଧ୍ଯ ନିଜ ଦଳର ରିପୋର୍ଟ କାର୍ଡ ଦେଖାଇ ଜନତାଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି । ଦଳୀୟ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏଥର ଜନତାଙ୍କ ଆଶୀର୍ବାଦ ତାଙ୍କ ପ୍ରତି ରହିଥିବା କହିଛନ୍ତି ସମ୍ବିତ। ଦୁଇ ପ୍ରମୁଖ ଦଳ ପୁରୀ ଲୋକସଭା ଆସନ ପାଇଁ ଜୋରଦାର ରଣନୀତି ଆରମ୍ଭ କରିଥିବା ବେଳେ କଂଗ୍ରେସ ଏଠାରେ କାହାକୁ ପାର୍ଥୀ କରିବ ଅପେକ୍ଷା କରିଛନ୍ତି ଦଳୀୟ ନେତା ।

Latest Posts

Don't Miss