spot_img

Latest Posts

ଶ୍ରୀମନ୍ଦିର ଚାରିପାଖରେ ଛତୁ ଫୁଟିଲା ଭଳି ଖୋଲିବାରେ ଲାଗିଛି ଲଜ୍ ଓ ହୋମ ଷ୍ଟେ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ଚାରିପାଖରେ ଛତୁ ଫୁଟିଲା ଭଳି ଖୋଲିବାରେ ଲାଗିଛି ଲଜ୍ ଓ ହୋମ ଷ୍ଟେ । ବିନା ପଞ୍ଜିକରଣରେ ଏସବୁ ଖୋଲୁଥିବାରୁ ଶ୍ରୀମନ୍ଦିର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଯାହାକୁ ନେଇ ବୁଦ୍ଧୀଜୀବୀ ଓ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି । ସହର ଓ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଖୋଲିଥିବା ଲଜ ଗୁଡ଼ିକର ଆବଶ୍ଯକ ଲାଇସେନ୍ସ ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ହୋଇଛି । ସେପଟେ ଏନେଇ ପୁରୀ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସପି ।

ଯାତ୍ରୀଙ୍କୁ ରଖିବାକୁ ହେଲେ ହୋଟେଲ, ଗେଷ୍ଟହାଉସ, ଲଜ୍ ଗୁଡ଼ିକୁ ପୁରୀ ପୌର ପାଳିକା ଠାରୁ ଟ୍ରେଡ ଲାଇସେନ୍ସ ଓ ପଞ୍ଜିକରଣ ବାଧ୍ୟତାମୂଳକ । ଏହାସହ ସୁରକ୍ଷା ପାଇଁ ଫାୟାର ସେଫ୍ଟି, ପାର୍କିଂ ବ୍ୟବସ୍ଥା ରଖିବା ଆବଶ୍ଯକ । ଯାତ୍ରୀଙ୍କ ସଠିକ ପରିଚୟପତ୍ର ରଖି ରେଜିଷ୍ଟର କରିବାକୁ କୁହାଯାଇଛି । କୌଣସି ବିଦେଶୀ କିମ୍ବା ସନ୍ଦିଗ୍ଧ ବ୍ୟକ୍ତି ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେବାର ନିୟମ ରହିଛି । ପୋଲିସ ପକ୍ଷରୁ ହୋଟେଲ ଓ ଗେଷ୍ଟ ହାଉସ ତଥା ଲଜ ଓ ଧର୍ମଶାଳା ମାଲିକଙ୍କ ସହ ସ୍ୱତ୍ରନ୍ତ୍ର ବୈଠକ କରାଯାଇ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ପଞ୍ଜିକରଣ ଯାଞ୍ଚ ସହ ବେଆଇନ ଲଜିଂ ଓ ଗେଷ୍ଟ ହାଉସ ଉପରେ କାର୍ଯ୍ଯାନୁଷ୍ଠାନ ନିଆଯାଉଛି । ଏନେଇ ପ୍ରଶାସନ ନୂଆ ଏସଓପି ଆଣିବା ପାଇଁ ଚିନ୍ତା କରିବା ଉଚିତ ବୋଲି କହିଛନ୍ତି ପୁରୀ ଏସପି ।

ଦିଲ୍ଲୀ ବିସ୍ଫୋରଣ ପରେ ଏବେ ହାଇ ଆଲର୍ଟରେ ସାରା ଦେଶ । ତେଣୁ ଶ୍ରୀମନ୍ଦିର ସୁରକ୍ଷା ଏକ ସ୍ପର୍ଶକତାର ବିଷୟ ହୋଇଥିବାବେଳେ ଏହାକୁ ନେଇ ଜିଲ୍ଲାପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି l

Latest Posts

Don't Miss