ଆଇନଜୀବୀ କରୋନା ପଜିଟିଭ୍ ବାହାରିବା ପରେ ପୁରୀ ଜୁଡିସିଆଲ କୋର୍ଟରେ ତାଲା

ପୁରୀ: କରୋନା ପାଇଁ ପ୍ରଭାବିତ ହେଉଛି ସବୁ ପ୍ରକାର କାର୍ଯ୍ୟ । କରୋନା କାରଣରୁ କୋର୍ଟରେ ମଧ୍ୟ ତାଲା ପଡିଲାଣି । ପୁରୀର ଜଣେ  ଆଇନଜୀବୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପୁରୀ ଜୁଡିସିଆଲ କୋର୍ଟରେ ପଡିଛି ତାଲା । ସୂଚନା ଅନୁସାରେ, ଜଣେ ଆଇନଜୀବୀ ଓ ଜଣେ ମୋହରୀର ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି । କୋର୍ଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ହରିହର ଛକରୁ ଟାଉନହଲ ଯାଏଁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।

ଏହାସହ ଏହି ଅଂଚଳରେ ଏବେ କଣ୍ଟାକ୍ଟ  ଟ୍ରେସିଙ୍ଗ ଆରମ୍ଭ କରାଯାଇଛି । ସେହିପରି ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଟଡାଉନ ପାଇଁ ଘୋଷଣା କରିଛନ୍ତି । ବ୍ରହ୍ମଗିରି ବଜାରର ମାରୱାଡି କୋଠା, ଛକ ସିଲ କରାଯିବା ସହ ବ୍ରହ୍ମଗିରି ଥାନା ଛକ, ନାରଣପୁର ଛକ, ପଞ୍ଚୁଦୋଳ ମେଳଣ ପଡିଆ ଛକ ପଂଚାୟତ ସିଲ କରିଛି । ଗାଁ ଟି ବ୍ରହ୍ମଗିରି ବଜାର ସଂଲଗ୍ନ ହୋଇଥିବାରୁ ଏହାକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି ।

Leave a Reply