ଶ୍ରୀକ୍ଷେତ୍ରରେ ଚାଲିଛି ଝୁଲଣ ଯାତ୍ରା

1 min read

ନନ୍ଦିଘୋଷ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ଚାଲିଛି ଝୁଲଣ ଯାତ୍ରା । ଗତକାଲି ଶ୍ରାବଣ ଶୁକ୍ଳ ଦଶମୀଠାରୁ କୁଞ୍ଜରେ ବିଜେ କରିଛନ୍ତି ଶ୍ରୀଦେବୀ, ଭୂଦେବୀଙ୍କ ସହ ମଦନ ମୋହନ । ମଧ୍ଯାହ୍ନ ଧୂପ ପରେ ଝୁଲଣ କୁଞ୍ଜକୁ ବିଜେ କରିଥିଲେ ଚଳନ୍ତି ପ୍ରତିମା । ଏହି ଯାତ୍ରା ଆସନ୍ତା ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ୭ ଦିନଧରି ପାଳନ ହେବ । ଏଥିପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପକୁ କାଠରେ ପାରମ୍ପରିକ ସୋଲ ଜରି ଜମ୍ବୁରା ସହ ଭିନ୍ନଭିନ୍ନ ପଶୁ-ପକ୍ଷୀ, କଳାକୁଞ୍ଜ ନିର୍ମାଣ କରାଯାଇଛି । ମଣ୍ଡପ ତଳେ ଭୀମ, ଅର୍ଜୁନ ଶୋଭା ମଣ୍ଡନ କରିବା ସହ ଦୁଇ ପାର୍ଶ୍ୱରେ କାଳୀୟଦଳନ ଓ କୃଷ୍ଣ ଜନ୍ମର ଲୀଳା ପ୍ରଦର୍ଶିତ ହୋଇଛି । ଶ୍ରୀମନ୍ଦିର ସମେତ ପୁରୀର ବିଭିନ୍ନ ମଠବାଡ଼ିରେ ପାଳିତ ହୋଇଛି ଝୁଲଣ ଯାତ୍ରା । କୁଞ୍ଜରେ ଚଳନ୍ତି ପ୍ରତିମାଙ୍କ ଝୁଲଣ ଯାତ୍ରାକୁ ଦେଖି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ ।