ନନ୍ଦିଘୋଷ ବ୍ୟୁରୋ: ପୁଣି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଭାବବିହ୍ବଳ ପରିବେଶ । ପୁଅର ସୁସ୍ଥତା କାମନା ପାଇଁ ମହାପ୍ରଭୁଙ୍କ ନିକଟରେ ମା’ର ଗୁହାରି । ଅସୁସ୍ଥ ପୁଅକୁ ସିଂହଦ୍ଵାର ସମ୍ମୁଖରେ ଶୁଆଇ କାନି ପତେଇ ମହାପ୍ରଭୁଙ୍କୁ ନିଜର ଦୁଖଃ ଜଣାଉଛନ୍ତିି ମା’ । ଆଜି ସିଂହଦ୍ଵାର ଫିଟିବା ପରେ ବଡି ଭୋରରୁ ଜଣେ ମହିଳା ଓ ଜଣେ ପୁରୁଷ ଏକ ଛୁଆକୁ ସିଂହଦ୍ଵାର ନିକଟକୁ ଆଣିଥିଲେ । ମହାପ୍ରଭୁଙ୍କୁ ତାର ସୁସ୍ଥତା ପାଇଁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ଦଣ୍ଡ ପ୍ରଣାମ କରି ମହିଳା ଜଣକ ସିଂହଦ୍ଵାର ନିକଟରେ ନିଜ ଛୁଆ ପାଇଁ ଗୁହାରି କରିଛନ୍ତି । ବିଶ୍ବାସ ରହିଛି ମହାପ୍ରଭୁ ତାଙ୍କ ପୁଅକୁ ନିଶ୍ଚୟ ଭଲ କରିଦେବେ । ଗତ ୮ ତାରିଖ ଦିନ ମଧ୍ୟ ସମାନ ଢଙ୍ଗରେ ଶ୍ରୀମନ୍ଦିର ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାଜସ୍ଥାନରୁ ଜଣେ ବ୍ୟକ୍ତିି ଅସୁସ୍ଥ ପୁଅକୁ ଆଣି ମହାପ୍ରଭୁଙ୍କ ନିକଟରେ ଶରଣ ପଶିଥିଲେ । ପିଲାଟି ସାମାନ୍ୟ ସୁସ୍ଥ ହେବା ପରେ ଗତକାଲି ପୁଣି ମହାପ୍ରଭୁଙ୍କୁ ଦର୍ଶନ କରି ପୂର୍ଣ୍ଣ ସୁସ୍ଥତା ପାଇଁ ପ୍ରାର୍ଥନା କରିଥିଲେ ।

