ନୂଆବର୍ଷରୁ ଭକ୍ତଙ୍କ ଅପେକ୍ଷାର ଅନ୍ତ, ଶ୍ରଦ୍ଧାଳୁଙ୍କ ଲାଗି ଖୋଲିବ ଶ୍ରୀମନ୍ଦିର

Puri Jagannath Temple To Be Reopen For Devotee From January 3 WIth Covid Guidelines 

ପୁରୀ: ଜଗନ୍ନାଥପ୍ରେମୀଙ୍କ ଲାଗି ଖୁସି ଖବର । ଦୀର୍ଘ ୯ ମାସ ପରେ ମିଳିବ ଜଗା ଦର୍ଶନ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସରକାରଙ୍କୁ ସୁପାରିସ୍ କରିବେ । କରୋନା କଟକଣା ଭିତରେ ଶ୍ରଦ୍ଧାଳୁ ଦର୍ଶନ କରିବେ । ଶ୍ରୀମନ୍ଦିରର ୪ ଦ୍ୱାରରେ ସାନିଟାଇଜେସନ୍ ବ୍ୟବସ୍ଥା କରାଯିବ । ଶ୍ରଦ୍ଧାଳୁଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯିବ । ଜାନୁଆରୀ ୧ ଓ ୨ ତାରିଖରେ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ରୁ ୧୦ ତାରିଖ ଯାଏ ପୁରୀ ବାହାର ଜିଲ୍ଲାର ଲୋକ ଦର୍ଶନ କରିପାରିବେ । ଦୈନିକ ୫ ହଜାର ଲୋକଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Puri Jagannath Temple To Be Reopen For Devotee From January 3

ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଖୋଲିବା ନେଇ ସୂଚନା ଦେଇଛନ୍ତି । ଦୁଇ ଦିନ ଭିତରେ ଏନେଇ ସରକାରଙ୍କୁ ସୁପାରିସ୍ କରାଯିବ । ସରକାରଙ୍କ ଅନୁମତି ମିଳିଲେ ଶ୍ରୀମନ୍ଦିର ଖୋଲିବ । ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଲୋକଙ୍କ ଲାଗି ଦର୍ଶନ ବ୍ୟବସ୍ଥା କରାଯିବ । ପରେ ସ୍ଥିତିକୁ ଦେଖି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି କରାଯିବ । ତେବେ, ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶ୍ରଦ୍ଧାଳୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଲେ ହିଁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

Puri Jagannath Temple To Be Reopen For Devotee From January 3 WIth Covid Guidelines 

ତେବେ, ପୁରୀର ଲୋକଙ୍କ ଲାଗି ଶ୍ରୀମନ୍ଦିର ଡିସେମ୍ବର ଶେଷ ସପ୍ତାହରୁ ଖୋଲିବ । ୨ ମାସ ମଧ୍ୟରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ସାଧାରଣ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ, ସମସ୍ତ ଶ୍ରଦ୍ଧାଳୁଙ୍କ ଲାଗି ମହାପ୍ରସାଦ ବ୍ୟବସ୍ଥା କରାଯିବ । କୋଭିଡ୍ କଟକଣା ମଧ୍ୟରେ ଜଗା ଦର୍ଶନ ପାଇଁ ଏସଓପି ଜାରି ହେବ । ୬୫ ବର୍ଷରୁ ଅଧିକ ବୟସ୍କ ଓ ଛୋଟ ଛୁଆଙ୍କୁ ମନ୍ଦିର ନଆସିବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।

Leave a Reply