ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ
ପୁରୀ: ସୋମବାର ହେଉଛି ପବିତ୍ର ସୁନିଆଁ ଉତ୍ସବ । ସୋମବାର ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର 14 ଶହ 31 ସାଲ 67 ଅଙ୍କର ପ୍ରବେଶ ହୋଇଛି । ଏହି ଅବସରରେ ସୋମବାର ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟନ୍ୟ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ । ଏହାପରେ ଏହି ମୁଦ୍ରାକୁ ପ୍ରଚଳନ କରାଯିବାର ପରମ୍ପରା ରହିଛି । ୧୬ ଶାସନର ବ୍ରାହ୍ମଣ ଅନ୍ୟନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ରୀତିନୀତିରେ ଏହି ଅଙ୍କକୁ ପ୍ରଚଳନ କରାଯିବ । ଆଜିଠାରୁ ଏହି ଅଙ୍କ ଜାତକ ଓ ପାଞ୍ଜି ଗଣନାରେ ବ୍ୟବହାର କରାଯିବ । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବିଶେଷ ପୂଜାର୍ଚ୍ଚନା । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ସେହିପରି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ମଧ୍ୟ ପାଳନ କରାଯିବ ।