ପୁରୀ ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ, ଫୋକସରେ ପଞ୍ଚାୟତ ନିର୍ବାଚନ

ପୁରୀ: କୋଣାର୍କରେ ଅନୁଷ୍ଠିତ ହୋଇ ଯାଇଛି ପୁରୀ ଜିଲ୍ଲା ସ୍ତରୀୟ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ଜିଲ୍ଲା ବିଜୁ ଜନତା ଦଳର ସଭାପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସରକାରଙ୍କ ଜନହିତକର କାର୍ଯ୍ୟକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳୀୟ କାର୍ଯ୍ୟକାର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବୁଥ ସ୍ତରରେ ସଙ୍ଗଠନକୁ ଆହୁରି ସୁଦୃଢ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି । କରୋନା ପରିଚାଳନାରେ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଯିବା ସହ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ଏହି ବୈଠକରେ ପୁରୀ ଜିଲ୍ଲାର ଦୁଇ ମନ୍ତ୍ରୀ ସାମୀର ରଞ୍ଜନ ଦାଶ ଓ ତୁଷାରକାନ୍ତି ବେହେରାଙ୍କ ସମେତ ସମସ୍ତ ବିଧାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜୁ ଜନତା ଦଳ ଉପସଭାପତି ଦେବୀପ୍ରସାଦ ମିଶ୍ର ଉପସ୍ଥିତ ଥିଲେ ।

ସେହିପରି ସାଂସଦ ରାଜଶ୍ରୀ ମଲ୍ଲିକ, ରାାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବିଧାୟକ ଉମା ସାମନ୍ତରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳେଇ ଓ ରୁଦ୍ରପ୍ରତାପ ମହାରଥୀ, ବିଜେଡ଼ି ନେତା ରମୁ ପାତ୍ର ଉପସ୍ଥିତ ଥିଲେ । ସେହିପରି  ଜିଲ୍ଲାର ସମସ୍ତ ବରିଷ୍ଠ ନେତୃତ୍ୱ, କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ଉପସ୍ଥିତ ଥିଲେ ।

 

Leave a Reply