ଶଙ୍କରଚାର୍ଯ୍ୟଙ୍କୁ ଭେଟିଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଓ ଜିଲ୍ଲାପାଳ, ରଥଯାତ୍ରାକୁ ନେଇ କ’ଣ କହିଲେ ଶଙ୍କରାଚାର୍ଯ୍ୟ ଜାଣନ୍ତୁ

ପୁରୀ : ଶଙ୍କରାଚାର୍ଯ୍ୟ ଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ଆଜି ସାକ୍ଷାତ କରିଛନ୍ତି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ଓ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଶନ କୁମାର. । ଦୀର୍ଘ ଏକଘଣ୍ଟା ଧରି ଶଙ୍କରାଚାର୍ଯ୍ୟଙ୍କ ସହ ଦୁଇ ଅଧିକାରୀ ଆଲୋଚନା କରିଥିଲେ । ଶଙ୍କରାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ଜାଣିବା ପାଇଁ ଏହା ସୌଜନ୍ୟମୁଳକ ସାକ୍ଷାତଥିଲା ବୋଲି ଉଭୟ  ଅଧିକାରୀ କହିଛନ୍ତି । ତେବେ ଏହି ଆଲୋଚନାକୁ ରଥଯାତ୍ରା ଆୟୋଜନ ସହ ଯୋଡିକରି ଦେଖାଯାଉଛି । ସୌଜନ୍ୟମୁଳକ ସାକ୍ଷାତକାଳରେ ରଥଯାତ୍ରା ହେବ କି ନାହିଁ ସେହି ପ୍ରସଙ୍ଗ ଉଠିଥିବା ଅନୁମାନ କରାଯାଉଛି । ଆଲୋଚନାର ଅବଧି ଲମ୍ବା ଥିବାରୁ ଏଭଳି ଅନୁମାନ କରାଯାଉଛି । ଗୋବର୍ଦ୍ଧନ ମଠ ଅନୁସାରେ ଉଭୟ ଅଧିକାରୀ ଏକଘଣ୍ଟାରୁ ଅଧିକ ସମୟ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ ।

ଆଲୋଚନା କାଳରେ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗ ଉଠିଥିବା କୁହାଯାଉଛି ।  । ଗୋବର୍ଦ୍ଧନ ମଠରେ ଏହି ସାକ୍ଷାତ ହୋଇଥିଲା । ରଥଯାତ୍ରା,ଚନ୍ଦନ ଯାତ୍ରା ନେଇ ଶଙ୍କରାଚାର୍ଯ୍ୟଙ୍କ ମତାମତ ନିଆଯାଇଥିବା କୁହାଯାଉଛି । ମହାପ୍ରଭୁଙ୍କ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ ,ଏମିତିରେ କେଉଁଭଳି ଭାବେ ରଥଯାତ୍ରା ଆୟୋଜନ ହେବ ସେନେଇ ଉଭୟ ଅଧିକାରୀ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି ।  ତେବେ ଆଧିକାରିକ ଭାବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି କୁହାଯାଇନାହିଁ ।

ଯଦି ରଥଯାତ୍ର ହୁଏ ତେବେ ଭକ୍ତଙ୍କ ଅନୁପସ୍ଥିତିରେ ରଥଯାତ୍ରା ହେବ କି ଭକ୍ତଙ୍କୁ ରଥଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ ସେନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି । ଆଲୋଚନାରେ ରଥଯାତ୍ରା ପ୍ରସଙ୍ଗ ଉଠିଥିବା ଅନୁମାନର ମୁଖ୍ୟ କାରଣ ହେଉଛି ଗୋବର୍ଦ୍ଧନ ମଠ ପକ୍ଷରୁ ଦିଆଯାଇଥିବା ବୟାନ । ମଠ ତରଫରୁ କୁହାଯାଇଛି ଯେ,  ଶଙ୍କରାଚାର୍ଯ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଦୁଇ ଅଧିକାରୀ ଅନ୍ୟାନ୍ୟ ପ୍ରସଙ୍ଗ ବାବଦରେ ମଧ୍ୟ ଆଲୋଚନା କରିଥିଲେ ।  ତେଣୁ ଏହି ବିଭିନ୍ନ ପ୍ରସଙ୍ଗ ଭିତରେ ରଥଯାତ୍ରା ସ୍ଥାନ ପାଇଥିବା ଅନୁମାନ ।

ଆଗକୁ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ରହିଛି ।  ଅକ୍ଷୟ ତୃତୀୟାଠାରୁ ରଥଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥାଏ ।  ଅକ୍ଷୟ ତୃତୀୟାର ଠିକ୍ ପୂର୍ବରୁ ଦୁଇ ଅଧିକାରୀଙ୍କ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

Leave a Reply