ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ୨୩ରୁ ଅଧିକ ଯାତ୍ରୀ ଆହତ

ପୁରୀ : ବସ୍ ଦୁର୍ଘଟଣାରେ ୨୩ରୁ ଅଧିକ ଯାତ୍ରୀ ଆହତ । ପୁରୀ ଜିଲ୍ଲା ନିରାକାରପୁର ଜଗନ୍ନାଥ ସଡ଼କ ରୁଆ ଛକରେ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଗଛରେ ବସ୍ ପିଟି ହେବାରୁ ୨୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ ଓ ପୋଲିସ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି । ନୟାଗଡ଼ ଜିଲ୍ଲା ଆମ୍ବେରାପୁରରୁ ୪୦ ଜଣ ଯାତ୍ରୀ ଅସ୍ଥି ବିସର୍ଜନ ପାଇଁ ଏକ ବସ୍ ଭଡ଼ା କରି ପୁରୀ ଆସୁଥିଲେ । ଡ୍ରାଇଭର ମଦ୍ୟପାନ କରି ବସ୍ ଚଳାଉଥିବାରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି ।