ପ୍ରଥମେ ଫୋନ୍‌ରେ ଧମକ ଦେଲେ, ପରେ ବୋମା ଫିଙ୍ଗି ଚମ୍ପଟ ମାରିଲେ

ପୁରୀ: ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ଼ । ପ୍ରଥମେ ଫୋନରେ ଧମକ । କିଛି ସମୟ ପରେ ଆସି ବୋମା ଫିଙ୍ଗି ଫେରାର ହୋଇଗଲେ ଅଭିଯୁକ୍ତ । ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସଜିଦ ପାଖରେ ଘଟିଛି ଏଭଳି ଘଟଣା। ପୁରୀ ମୁନସିପାଲିଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କାଶିନାଥ ମହାରଣାଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ । ଦୁର୍ବୁତ୍ତ ମାନେ ୩ଟି ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଦୁର୍ବୁତ୍ତଙ୍କ ବୋମାମାଡରେ କାଶିନାଥଙ୍କ ଝିଅ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି। ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ ଦୁର୍ବୁତ୍ତମାନେ ପାରା ଚୋରି କରିଥିଲେ। ଏନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିନଥିଲା। ତେବେ ଆଜି ଅଭିଯୁକ୍ତ ମାନେ ଥାନାରୁ ଚୋରି ମାମଲା ଉଠାଇବା ପାଇଁ ଫୋନରେ ଧମକ ଦେଇଥିଲେ। ଧମକ ଦେବାର କିଛି ସମୟ ପରେ ଆସି ବୋମା ପକାଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି କାଶୀନାଥ ଙ୍କ ପରିବାର ଲୋକେ ।

ଏଥିସହିତ ପଢ଼ନ୍ତୁ: କଲବଲ କରୁଛି ତାତି, ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା