କରୋନା କାଳରେ ସାଙ୍ଗ ସାଥିଙ୍କ ସହ ନାଚିଲେ ବିଜେପି ବିଧାୟକ

Puri BJP MLA Jayant Sarangi Group Dance In Curfew Night Viral

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଥିଲା ଗାଇଡଲାଇନ୍ । ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ ରୋକ୍ ଲଗାଇଥିଲେ ସରକାର । ହେଲେ, ନିୟମକୁ ମାନି ନଥିଲେ ବିଜେପି ନେତା । ଆମେ କହୁଛୁ ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କଥା । ନୂଆବର୍ଷରେ ଜନଗହଳିକୁ ରୋକିବା ପାଇଁ ହୋଟେଲ୍, କ୍ଲବରେ ସାମୁହିକ ଜିରୋ ନାଇଟ୍ ସେଲିବ୍ରେସନ୍ ବାତିଲ୍ କରାଯାଇଥିଲା । ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ପୁରୀ ପ୍ରଶାସନ ମଧ୍ୟ ଜିଲ୍ଲାରେ କଟକଣା ଲଗାଇଥିଲା ।

Puri BJP MLA Jayant Sarangi Group Dance In Curfew Night Viral

ହେଲେ ଏହାକୁ ମାନିନଥିଲେ ଅମାନିଆ ବିଧାୟକ । ପ୍ରଶାସନର କଟକଣା ସତ୍ତ୍ୱେ କରିଥିଲେ ଜିରୋ ନାଇଟ୍ ସେଲିବ୍ରେସନ୍ । ସାମାଜିକ ଦୂରତା ଭୁଲି, କାହାରି ମୁହଁରେ ମାସ୍କ ନଥାଇ ସମସ୍ତେ ନାଚିଥିଲେ ମେଲୋଡିର ତାଳେ ତାଳେ । ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ଡ୍ୟାନ୍ସ ଭିଡିଓ ଏବେ ଭାଇରାଲ୍ ହୋଇଛି । ଭିଡିଓରେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଅନ୍ୟ ସାଙ୍ଗ ସାଥିଙ୍କ ସହ ମେଲୋଡ଼ି ଗୀତରେ ନାଚୁଛନ୍ତି । ପଛପଟେ ରହିଛି ଦଳୀୟ ବ୍ୟାନର । ଯେଉଁଥିରେ ଲେଖାଅଛି ନୂତନ ବର୍ଷର ଅଭିନନ୍ଦନ ।

Puri BJP MLA Jayant Sarangi Group Dance In Curfew Night Viral

ଜଣେ ଲୋକ ପ୍ରତିନିଧି ହୋଇ ନିୟମକୁ ଭାଙ୍ଗିଛନ୍ତି ଖୋଦ୍ ବିଧାୟକ । ଯେଉଁଠି ବିଧାୟକ ଲୋକମାନଙ୍କୁ ନିୟମ ପାଳନ ନେଇ ସଚେତନ ସୃଷ୍ଟି କରିବା କଥା ସେଠି ସେ ହିଁ ନିୟମକୁ ଉଲ୍ଲଂଘନ କରୁଛନ୍ତି । ପୂର୍ବରୁ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ଏବେ ସମାନ ରାସ୍ତାରେ ପ୍ରଶାସନର କୋଭିଡ୍ କଟକଣାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ଜୟନ୍ତ । ଜୟନ୍ତଙ୍କ ଗ୍ରୁପ୍ ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଥିବା ବେଳେ ପୁରୀ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Leave a Reply