spot_img

Latest Posts

ଭୋଟରଙ୍କୁ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପଦ୍ମଫୁଲ ଚିହ୍ନ ଥିବା ଘଣ୍ଟା ବାଣ୍ଟୁଥିବା ଅଭିଯୋଗ

ପୁରୀ: ପୁରୀ ଲୋକସଭା କ୍ଷେତ୍ରରେ ନିର୍ବାଚନ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ଭୋଟରଙ୍କୁ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପଦ୍ମଫୁଲ ଚିହ୍ନ ଥିବା ଘଣ୍ଟା ବାଣ୍ଟୁଥିବା ନେଇ ଅଭିଯୋଗ। ଉପହାର ଦେଇ ଭୋଟରଙ୍କ ମନଜିଣିବାକୁ ପ୍ରୟାସ। ପୁରୀ ଲୋକସଭାର ବିଜେପି ପାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବାଣ୍ଟିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି l ଘଣ୍ଟାରେ ସମ୍ବିତ ପାତ୍ର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ବିଜେପି ନିର୍ବାଚନ ସଙ୍କେତ ପଦ୍ମ ଫୁଲ ଚି଼ହ୍ନ ରହିଛି l ଘଣ୍ଟାର ପ୍ରଲୋଭନ ଦେଖାଇ ସମ୍ବିତ ପାତ୍ର ନିଜର ଓ ବିଜେପିର ପ୍ରଚାର ନିମନ୍ତେ ଏହି ଫର୍ମୁଲା ଆପଣେଇଛନ୍ତି  ଯାହା ଆଇନ ବିରୋଧୀ l ନିର୍ବାଚନ ଆଚରଣ ଵିଧି ଲାଗିଥିବାବେଳେ ବିଜେପି ସାଂସଦ ପ୍ରାର୍ଥୀ ନିଜ ଫଟୋ ଥିବା ଘଣ୍ଟା କିପରି ବଣ୍ଟନ କରୁଛନ୍ତି ଯାହାକୁ ନେଇ ଏବେ ପୁରୀରେ ବିରୋଧ ଦେଖାଦେଇଛି l ଏ ଘଟଣା ନେଇ ଆମ ଆଦମୀ ପାର୍ଟି ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପ୍ରଦାନ କରାଯାଇଛି l ସେପଟେ ଏ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ l ଭୋକ ବିକଳରେ ତାଟିଆ କାମୁଡୁଛନ୍ତି ବିଜେପି ସାଂସଦ ପ୍ରାର୍ଥୀ।  ପୁରୀ ଲୋକମାନଙ୍କୁ ମିଥ୍ୟା ପ୍ରତିଶୃତି ଓ ପ୍ରଲୋଭନ ଦେଖାଇ ଭୁଁଆ ବୁଲାଉଛନ୍ତି। ଏହାର ଜବାବ ଚଳିତ ସାଧାରଣ ନିର୍ଵାଚନ ରେ ପୁରୀ ଜନସାଧାରଣ ଦେବେ ବୋଲି କହିଛନ୍ତି ଶୁଭାଶିଷ।

Latest Posts

Don't Miss