ବାହୁଡ଼ା ଯାତ୍ରା: ଶରଧାବାଲିରେ ଗଡ଼ିଲା ନନ୍ଦିଘୋଷ

ପୁରୀ: ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଶରଧାବାଲିରେ ଆରମ୍ଭ ହୋଇଛି ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା । ଲକ୍ଷ ଲକ୍ଷଙ୍କ ଭକ୍ତଙ୍କ ଭିତର ଘର ଘର ନାଦ କରି ଆଗକୁ ଆଗକୁ ଗଡ଼ି ଚାଲିଛି ମହାପ୍ରଭୁଙ୍କ ନନ୍ଦିଘୋଷ ।

ଆଗରେ ବଡ଼ ଭାଇ ଓ ପରେ ପରେ ଭଉଣୀ । ନିଜ ନିଜ ରଥରେ ବସି ଆଗକୁ ମାଡ଼ିଗଲେଣି । ଆଉ ଶରଧାବାଲିରେ ଅଟକି ରହିବାକୁ ନାହିଁ ଜଗାର ମନ । ସେପଟେ ମାଉସୀ ପୋଡ଼ପିଠା ତିଆରି କରି ଅନାଇ ବସିଛି । ପହଞ୍ଚିବା ପରେ ଶ୍ରଦ୍ଧାରେ ଦେବେ ଖାଇବାକୁ । ଏମିତି ଚିନ୍ତା ଜଗା ମନକୁ ବ୍ୟାକୁଳ କରୁଥିବା ବେଳେ ଶରଧାବାଲିରେ ଭକ୍ତ ମନ ବି ଅଥୟ । ହାତ ଟେକି ଦେଇ ଜଗାର ରଥ ଗଡ଼ିବାକୁ ଅନାଇ ବସିଥିଲେ । ଆଉ ଡାହୁକର ଡାକରେ ଯେତେ ବେଳେ ନନ୍ଦିଘୋଷ ଗଡ଼ିଥିଲା, ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ଗଗନପବନରେ ଖେଳି ଯାଇଛି ଭକ୍ତିମୟ କରିବେଶ । ଘର ଘର ନାଦ କରି ଆଗକୁ ଆଗକୁ ବଢ଼ି ଚାଲିଛି ନନ୍ଦିଘୋଷ ।

ପ୍ରାୟ ଏକ ଘଣ୍ଟା ପୂର୍ବରୁ ଜନ୍ମବେଦୀରେ ନୀତିକାନ୍ତି ସରିବା ପରେ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ଏହାପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡିରେ ଆସି ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ । ରଥରେ ତିନିଠାକରୁଙ୍କ ନୀତିକାନ୍ତି ସରିବା ପରେ ଗଜପତି ମହାରାଜ ଛେରାପହଁରା କରିଥିଲେ । ଏହାପରେ ଆରମ୍ଭ ହୋଇଯାଇଛି ରଥଟଣା ।