ପୁରୀ ନଆସି ଘରେ ହବିଷ ପାଳିବାକୁ ପ୍ରଶାସନର ନିବେଦନ

Puri Administration Appealed To Older Age Not Come To Srikhetra For Kartik Brata Amid Pandemic

ପୁରୀ: ଧର୍ମମାସ କାର୍ତ୍ତିକ । ପୁରୀରେ ଆରମ୍ଭ ହେଲାଣି କାର୍ତ୍ତିକ ବ୍ରତ । ଶ୍ରୀଜିଉଙ୍କୁ ପୂଜାର୍ଚ୍ଚନା କରିବା ସହ ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ହବିଷ ବ୍ରତ ପାଳନ କରିଥାନ୍ତି ହବିଷ୍ୟାଳୀ । ପ୍ରତିବର୍ଷ ଏହି ସମୟରେ ବହୁ ସଂଖ୍ୟାରେ ହବିଷ୍ୟାଳୀଙ୍କ ଭିଡ଼ ଲାଗିଥାଏ । ହେଲେ ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ ବ୍ରତଧାରୀଙ୍କ ସେତେଟା ଭିଡ଼ ନାହିଁ । ପୁରୀ ଆସି ପ୍ରତିଦିନ ବ୍ରତ, ମହାପ୍ରସାଦ ସେବନ ସହ ଶ୍ରୀଜୀଉଙ୍କ ରାଧା ଦାମୋଦର ବେଶ ଦର୍ଶନ କରିଥାନ୍ତି ହବିଷ୍ୟାଳୀ । ବିଶେଷ କରି ବିଧବା ମହିଳା ମାନେ ବହୁ ଦୂରଦୂରାନ୍ତରୁ ଏଠାକୁ ଆସିଥାନ୍ତି ବ୍ରତ ପାଳନ କରିବାକୁ ।

Puri Administration Appealed To Older Age Not Come To Srikhetra For Kartik Brata Amid Pandemic

ତେବେ ମହାମାରୀ ଯୋଗୁଁ ଚଳିତବର୍ଷ ହବିଷ୍ୟାଳୀଙ୍କ ସଂଖ୍ୟା ସେତେଟା ନାହିଁ । ତେବେ ବହୁ ଭକ୍ତ ପତିତପାବନ ଦର୍ଶନ କରି ଶ୍ରୀମନ୍ଦିର ବାହାର ବେଢ଼ା ପରିକ୍ରମା କରିବା ସହ ହବିଷ୍ୟାର୍ଣ୍ଣ ଭୋଜନ କରି ବ୍ରତ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପ୍ରତିବର୍ଷ ସରକାରଙ୍କ ପକ୍ଷରୁ କରାଯାଉଥିବା ହବିଷ୍ୟାଳୀ ଶିବିରରେ ରହିବାକୁ ଆସିଥାନ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତର ହବିଷ୍ୟାଳି । ଏ ବର୍ଷ କୋଭିଡ୍ କଟକଣା ମଧ୍ୟରେ ବି ଧୀରେ ଧୀରେ ଶ୍ରୀକ୍ଷେତ୍ରରେ ବ୍ରତଧାରୀ ପହଞ୍ଚିଲେଣି ।

Puri Administration Appealed To Older Age Not Come To Srikhetra For Kartik Brata Amid Pandemic

ଶ୍ରୀକ୍ଷେତ୍ର ପୁରୀକୁ ହବିଷ୍ୟାଳୀ ବ୍ରତ କରିବା ପାଇଁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । କୋଭିଡ ସମୟରେ ବ୍ରତ ନେଇ ଜନଗହଳି ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି । ବୟସାଧିକ ବୃଦ୍ଧା ଏହି ବ୍ରତ ପାଳନ କରୁଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଘରେ ରହି ବ୍ରତ ପାଳିବାକୁ ପ୍ରଶାସନ ପରାମର୍ଶ ଦେଇଛି ।

Leave a Reply