ଆଜି ଆଡ଼ପ ମଣ୍ଡପରେ ସରିବ କାଳିଆର ଲୀଳାଖେଳା

ନନ୍ଦିଘୋଷ ବ୍ୟୁରୋ: ଆଜି ଆଡ଼ପ ମଣ୍ଡପରେ ସରିବ କାଳିଆର ଲୀଳାଖେଳା । ଚଳିତବର୍ଷର ଆଡ଼ପ ମଣ୍ଡପରେ ଶେଷ ଦର୍ଶନ ଦେବେ ଶ୍ରୀଜୀଉ । ନବମୀ ଦିନରେ ରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କ ଦର୍ଶନ କରିବେ ।  ଆଜିର ଦର୍ଶନରେ ବିଶେଷ ମହତ୍ୱ ରହିଛି । ତେଣୁ ଜନ୍ମବେଦୀରେ ନବମୀ ତିଥିରେ ଶ୍ରୀଜୀଉଙ୍କୁ ସନ୍ଧ୍ୟାଦର୍ଶନ କରିବ ଲକ୍ଷାଧିକ ଶ୍ରଦ୍ଧାଳୁ । ବାହୁଡ଼ା ପାଇଁ ସନ୍ଧ୍ୟା ୬ ଟା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ।  ସିଂହାସନକୁ ଚାରମାଳ ବାନ୍ଧିବାକୁ କୋଠ ସୁଆସିଆଙ୍କୁ ପ୍ରାୟ ୯ ଘଣ୍ଟା ଲାଗେ । ଏହାସହ ଅନ୍ୟାନ୍ୟ ନୀତି ବଢେ । ତେଣୁ ଦର୍ଶନକୁ ଆଗୁଆ ବନ୍ଦ ରଖାଯିବ । କାଲି ମାଉସୀମା ହାତରୁ ପୋଡ଼ପିଠା ଖାଇ ବାହୁଡିବେ କଳାଠାକୁର । ସେଥିପାଇଁ ବଳଗଣ୍ଡି ମାଉସୀମା ମନ୍ଦିର ତରଫରୁ ସରିଛି ପ୍ରସ୍ତୁତି । ସେପଟେ ବାହୁଡା ଯାତ୍ରା ପାଇଁ ପୋଲିସ ଛାଉଣୀରେ ରହିଛି ପୁରୀ ସହର । ସିସିଟିଭି ବଳୟ ଭିତରେ ରହିଛି ଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ରାସ୍ତା ।