spot_img

Latest Posts

ଡିସେମ୍ବର ସୁଦ୍ଧା ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାଣି: ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ଘରେ ଘରେ ବିଶୁଦ୍ଧ ପାଣି ପହଞ୍ଚିବ। ୧୧୪ ପୌରାଞ୍ଚଳକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଯେଉଁଠି ପାଣି ସମସ୍ୟାର ଅଭିଯୋଗ ରହିବ ତା’ର ସମାଧାନ କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହାସହ ଆବଶ୍ୟକ ପଡିଲେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଗକୁ ଖରାଦିନ ଆସୁଛି ଏବଂ ବହୁ ମାତ୍ରାରେ ପାଣିର ଆବଶ୍ୟକତା ରହିଛି। ସେଥିପାଇଁ ସବୁ ପାନୀୟଜଳ ପ୍ରକଳ୍ପ ଗୁଡ଼ିକ କାମ କରୁଛି କି ନାହିଁ ତାହା ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ତାକୁ ତୁରନ୍ତ ସଜାଡ଼ି ପାଣି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ଯେଉଁଠି ପିଇବା ପାଣି ସମସ୍ୟା ରହିଛି ଟ୍ୟାଙ୍କର ଯୋଗେ ଘରକୁ ପିଇବା ପାଣି ଯୋଗାଇ ଦିଆଯାଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ।

Latest Posts

Don't Miss