spot_img

Latest Posts

୨୩ଲକ୍ଷରେ କିଣିଲେ କଳା ଘୋଡ଼ା, ଘରେ ଗାଧୋଇବା ପରେ ହେଲା ଲାଲ …

ପଞ୍ଜାବ: ଆଜିର ଦିନରେ ଆପଣ ଯଦି ବଜାରରୁ କିଛି ଜିନିଷ କିଣିବାକୁ ଯାଉଛନ୍ତି ତାହାଲେ ସାବଧାନ ରୁହନ୍ତୁ । ସତର୍କତାର ସହ ନ କିଣିଲେ ଆପଣ ଠକାମୀର ଶିକାର ହୋଇପାରନ୍ତି । ଜଣେ ବ୍ୟକ୍ତି ଏମିତି ଠକାମୀର ଶିକାର ହୋଇଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ । ପଞ୍ଜାବରେ ରହୁଥିବା ଜଣେ ବ୍ୟକ୍ତି ଘୋଡ଼ା କିଣି ଠକାମୀର ଶିକାର ହୋଇଛନ୍ତି । ତାଙ୍କର ଏବେ ମୁଣ୍ଡ ବୁଲାଉଛି । ବ୍ୟକ୍ତି ଜଣଙ୍କ ୨୩ ଲକ୍ଷ ଟଙ୍କା ଦେଇ ଏକ ଘୋଡ଼ା କିଣିଥିଲେ । ସେ ଘୋଡ଼ାଟିକୁ ଘରକୁ ଆଣି ଗାଧୋଇଦେବା ପରେ ତା’ ର ରଙ୍ଗ ଲାଲ୍ ହୋଇଗଲା ।

ଘୋଡ଼ାମାନେ କ୍ବଚିତ୍ କଳା ରଙ୍ଗର ହୋଇଥାନ୍ତି । ଯେଉଁ ଘୋଡ଼ା କଳା ରଙ୍ଗର ସେ ବହୁ ମୂଲ୍ୟର ହୋଇଥାଏ । ଏହି ଘୋଡ଼ା କିଣିବା ପଞ୍ଜାବର ରେମଶ କୁମାରଙ୍କ ପାଇଁ ମହଙ୍ଗା ପଡ଼ିଛି । ରମେଶ ୨୩ ଲକ୍ଷ ଟଙ୍କା ଦେଇ କଳା ଘୋଡ଼ା ଘରକୁ ଆଣିଥିଲେ । କିନ୍ତୁ ସେ ଜାଣି ନଥିଲେ ସେ ଠକାମୀର ଶିକାର ହୋଇଛନ୍ତି ବୋଲି । ପଞ୍ଜାବ ସୁନାମ ସହରର ରମେଶ କୁମାର ଜଣେ ବ୍ୟବସାୟୀଙ୍କଠାରୁ ଘୋଡ଼ା କିଣିଥିଲେ। ଏହି କାରବାରରେ ତିନି ଜଣ ବ୍ୟକ୍ତି ଜଡ଼ିତ ଥିଲେ। ସମସ୍ତେ ଏକାଠି ହୋଇ କଳା ଘୋଡ଼ାକୁ ୨୩ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। କିନ୍ତୁ ଏହି ଚୁକ୍ତିରେ ଠକେଇ ଲୁଚି ରହିଛି ବୋଲି ରମେଶ କୁମାର ବିଲକୁଲ ଜାଣି ପାରିଲେନାହିଁ ।

ରମେଶ ଘୋଡ଼ାକୁ ଘରକୁ ଆଣିବା ପରେ ସ୍ନାନ କରିବା ମାତ୍ରେ କଳା ରଙ୍ଗ ଧୋଇ ହୋଇଯାଇଥିଲା । ବ୍ୟବସାୟୀମାନେ ନାଲି ରଙ୍ଗର ଘୋଡ଼ାକୁ କଳା ରଙ୍ଗଦେଇ ବିକ୍ରି କରିଥିଲେ |  ଏହି ବୁଝାମଣାରେ ରମେଶ ବ୍ୟବସାୟୀଙ୍କୁ ୭ ଲକ୍ଷ ୬୦ ହଜାର ଟଙ୍କା ନଗଦ ଦେଇଛନ୍ତି। ଅବଶିଷ୍ଟ ରାଶି ପାଇଁ ରମେଶ ତାଙ୍କୁ ଦୁଇଟି ଚେକ୍ ଦେଇଥିଲେ | ଏହି ମାମଲା ସାମ୍ନାକୁ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି।

Latest Posts

Don't Miss