spot_img

Latest Posts

ଆଜି ପୁଣି ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ଚାଷୀ

ନୂଆଦିଲ୍ଲୀ: ଦିଲ୍ଲୀ ଆଡକୁ ଯାଉଥିବା କୃଷକ ମାନଙ୍କୁ ପ୍ରତିରୋଧ କରିଛି ପୋଲିସ। ଗତକାଲି କୃଷକମାନେ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖିଥିବାବେଳେ ଆଜି ପୁଣି ଶୋଭାଯାତ୍ରା ଆରମ୍ଭ ହେବ ବୋଲି କୃଷକ ସଂଗଠନମାନେ ଘୋଷଣା କରିଛନ୍ତି।

ପଞ୍ଜାବର ଫତେଗଡ଼ ସାହିବରୁ ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାରେ ଯାଉଥିବା କୃଷକଙ୍କ ଉପରକୁ ଶମ୍ଭୁ ସୀମାରେ ପୋଲିସ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଥିଲା। ଗାଜିପୁର ସୀମାରେ ଏକାଧିକ କୃଷକ ନେତାଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରବଳ ଜାମ୍ ଲାଗି ରହିଛି। କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ୟୁପି ଗେଟ୍ ନିକଟରେ ଏକ ପାଚେରି ନିର୍ମାଣ କରାଯାଇଛି। ଦିଲ୍ଲୀକୁ ଯାଉଥିବା ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି।

ଅନ୍ୟପଟେ କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର କୃଷକମାନଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରାକୁ ଜାତୀୟ ରାଜଧାନୀରେ ପ୍ରବେଶ ନ କରିବା ପାଇଁ ଦିଲ୍ଲୀ ସୀମାରେ ବହୁସ୍ତରୀୟ ବ୍ୟାରିକେଡ୍, କଂକ୍ରିଟ୍ ବ୍ୟାରିକେଡ୍, ଲୁହା ନଖ ଏବଂ କଣ୍ଟେନର କାନ୍ଥ ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଫସଲପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ କରିବା ସମେତ ଅନ୍ୟ ଦାବି ନେଇ କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଦିଲ୍ଲୀ ପଦଯାତ୍ରା କରିଛନ୍ତି କୃଷକ ସଂଘ।

Latest Posts

Don't Miss