ନାସା ସାଟେଲାଇଟକୁ ଚକମା ଦେଇ ପଞ୍ଜାବ ଚାଷୀ ଜାଳୁଛନ୍ତି ନଡ଼ା
1 min readନୂଆଦିଲ୍ଲୀ: ନାସା ସେଟଲାଇଟକୁ ଚକମା ଦେଇ ପାଳ ଜଳାଉଛନ୍ତି ଚାଷୀ । ନାସା ବୈଜ୍ଞାନିକ ଦାବି କରିଛନ୍ତି ଯେ ପାଳ ଜଳାଇବା ପାଇଁ ଚାଷୀ ପୋଖରଣ ପ୍ଲାନ୍ର ବ୍ୟବହାର କରୁଛନ୍ତି । ଯାହାକି ଅତ୍ୟନ୍ତ ଲଜ୍ୟାଜନ୍ନକ । ରାଜଧାନୀ ଦିଲ୍ଲୀ ପାଲଟିଛି ଗ୍ୟାସ ଚାମ୍ବର । ଏଭଳି ସାଙ୍ଘାତିକ ସ୍ଥିତିର କାରଣ ପାଳ ଜଳାଇବା ପାଲଟିଛି । ବୈଜ୍ଞାନିକ ଏକ ଖୁଲାସା କରିଛନ୍ତି ଯେ ଚାଷୀ ମାନେ ନଡା ଜଳାଇବାର ସମୟ ବଦଳାଇ ଦେଇଛନ୍ତି । ଯାହାଦ୍ବାରା ସେଟଲାଇଟ ଜରିଆରେ ନିଆଁର ଚିହ୍ନବର୍ଣ୍ଣ ଦିଶିବ ନାହିଁ ।
ଜଣେ ବୈଜ୍ଞାନିକଙ୍କ କହିବାନୁସାରେ ନାସାର ସେଟଲାଇଟ ଦ୍ବିପ୍ରହର ସାଢେ ୧ଟାରୁ ୨ଟା ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅତିକ୍ରମ କରିଥାଏ । ଚାଷୀ ସମ୍ଭବତଃ ସାଟେଲାଇଟ ଯିବା ପରେ ନଡା ଜଳାଉଛନ୍ତି । କାରଣ କୋରିଆ ସାଟେଲାଇଟ GEO KOMPSAT-2A ସାଟେଲାଇଟ ପ୍ରତି ୧୦ ମିନିଟରେ ଡାଟା ରେକର୍ଡ କରିଥାଏ । ଏହି ସାଟେଲାଇଟରୁ ଦ୍ବିପ୍ରହର ପରେ ନଡା ଜଳାଯାଉଥିବା ଘଟଣା ଅତ୍ୟଧିକ ଦେଖିବାକୁ ମିଳିଛି ।
ବୈଜ୍ଞାନିକଙ୍କ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଅଧିକାରୀ । ପଞ୍ଜାବ ରିମୋଟ ସେସିଙ୍ଗ ସେଣ୍ଟର ଇସ୍ରୋ ଓ ନାସା ସାଟେଲାଇଟର ବ୍ୟବହାର କରି ନଡା ଜଳାଇବା ଘଟଣାକୁ ରେକର୍ଡ କରିଥାଏ । ସାଟେଲାଇଟରୁ ବଞ୍ଚିବା ଅଭିଯୋଗ ବୈଜ୍ଞାନିକଙ୍କ କଳ୍ପନା ବୋଲି କହିଛନ୍ତି ଅଧିକାରୀ । ସେପଟେ ସନ୍ଧ୍ୟା ୪ଟା ପରେ ନଡା ଜାଳିବାକୁ ପ୍ରଶାସନ କହୁଥିବା ଦାବି କରିଛନ୍ତି ।