spot_img

Latest Posts

କମିଶନି କାରବାର, ବିଦା ହେଲେ ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ ମାନ୍‌ଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ପ୍ରମାଣ ମିଳିବାରୁ ନିଜ ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତି ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଭଳି କି ସେ ତାଙ୍କୁ ଦଳରୁ ମଧ୍ୟ ବହିଷ୍କାର କରିଦେଇଛନ୍ତି । ଏଥିସହ ପଞ୍ଜାବ ପୋଲିସକୁ ବିଜୟ ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜୟ ସିଙ୍ଗଲା ଜଣେ ଠିକାଦାରଙ୍କ ଠାରୁ ୧ ପ୍ରତିଶତ ଲାଞ୍ଚ ମାଗୁଥିଲେ । ଯାହାର ପ୍ରମାଣ ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଇଥିଲେ । ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ ସ୍ୱୀକାର କରିଥିଲେ ।

ବିଜୟ ସିଙ୍ଗଲା, ଭଗୱନ୍ତ ସିଂହ ମାନ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ତାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଅଭିଯୋଗ ଆସିଥିଲା। ଏନେଇ ବିଜୟ ସିଙ୍ଗଲାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଦେଇଛନ୍ତି। ଏନେଇ ଟ୍ୱିଟ୍‌ ଜରିଆରେ ଏକ ଭିଡିଓ ସେୟାର କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଥିଲା। ଏହାପରେ ହାସ୍ୟ ଅଭିନେତାରୁ ରାଜନେତା ପାଲଟିଥିବା ଭଗୱନ୍ତ ସିଂହ ମାନ୍‌ଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

Latest Posts

Don't Miss