ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇନି, ଅଧାରୁ ଫେରିଯିବାରୁ ମୁଁ ଦୁଃଖିତ: ଚରଣଜିତ୍ ସିଂହ ଚନ୍ନି

1 min read
Punjab Chief Minister Charanjit Singh Channi Denies Security Breach On PM Modi Visits

ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ମୋଦିଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷାରେ ହୋଇନି ତ୍ରୁଟି । ପିଏମ୍ ମୋଦିଙ୍କ ସୁରକ୍ଷେରା ତ୍ରୁଟି ହୋଇନଥିବା କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି । ପ୍ରଧାନମନ୍ତ୍ରୀ ମୋଦି ଫିରୋଜପୁର ଗସ୍ତ ବେଳେ ଅଧାରୁ ଫେରି ଯାଇଥିବାରୁ ମୁଁ ଦୁଃଖିତ । ଆମେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ କରୁ । ଯଦି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଥାଏ ତ ତାର ତଦନ୍ତ ହେବ ।

ମୁଖ୍ୟମନ୍ତ୍ରୀ ଚନ୍ନି ସଫେଇ ଦେଇ ଆହୁରି କହିଛନ୍ତି, ଆମ ଦେଶରେ ଗୋଟିଏ ଗଣତାନ୍ତ୍ରିକ ବ୍ୟବସ୍ଥା ରହିଛି । ମୁଁ ବି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥାନ୍ତି । କିନ୍ତୁ ମୁଁ ମିଶିଥିବା ଲୋକଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବାରୁ ଯାଇପାରିଲି ନାହିଁ । ସେଥିପାଇଁ ଅର୍ଥମନ୍ତ୍ରୀ ମନପ୍ରୀତ ବାଦଲ ଓ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଦାୟିତ୍ୱ ଦେଇଥିଲି ।

କୌଣସି ବିପଦ ନଥିଲା

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରତି ମିନିଟ୍ ସୂଚୀ ଆମ ପାଖରେ ଥିଲା । ରାସ୍ତାରୋକ୍ କରିଥିବା ପ୍ରଦର୍ଶନକାରୀ ହଠାତ୍ ଆସି ରାସ୍ତା ଉପରେ ବସି ପଡ଼ିଥିଲେ । ତେବେ ଶାନ୍ତିପୂର୍ବକ ପ୍ରଦର୍ଶନ କରୁଥିବା କୃଷକଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ନଥିଲା । ଆମେ ଖରାପ ପାଣିପାଗ ନେଇ ଓ ବିରୋଧ ପାଇଁ ଗସ୍ତ ରୋକିବାକୁ ପିଏମଓକୁ ଜଣାଇଥିଲୁ । ତେବେ ପ୍ରଧାନମନ୍ତ୍ରୀ ହଠାତ୍ ରାସ୍ତା ପରିବର୍ତ୍ତନ କରିବା ନେଇ କୌଣସି ସୂଚନା ନଥିଲା ।

ଏପରିକି ଗତକାଲି ରାତ୍ରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ପ୍ରଧାନମନ୍ତ୍ରୀ ସଡ଼କ ପଥ ନୁହେଁ ବରଂ ହେଲିକପ୍ଟରରେ ଯିବାର ଥିଲା । ପିଏମ୍ ସଡ଼କ ମାର୍ଗରେ ଯିବା ଯୋଜନା ଶେଷ ସମୟରେ ନିଆ ଯାଇଥିଲା ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ।

Leave a Reply