ପଞ୍ଜାବ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ 9 ଜଣଙ୍କୁ 2 ବର୍ଷ ଜେଲ୍

ପଞ୍ଜାବ: ଜେଲ ଯିବେ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ଅମନ ଆରୋଡା । ୨୦୦୮ ମସିହାର ଏକ ପୁରୁଣା ମାମଲାରେ ଭୋଗିବେ ସଜା । ତାଙ୍କ ସମେତ ୯ ଜଣଙ୍କୁ ୨ ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ତାଙ୍କ ଭିଣୋଇ ରାଜିନ୍ଦର ଦୀପା ତାଙ୍କ ବିରୋଧରେ ପାରିବାରିକ କଳହ ନେଇ ଅଭିଯୋଗ କରିଥିଲେ । ଯେଉଁଥିରେ ରାଜିନ୍ଦର ଦୀପା ଅଭିଯୋଗ କରିଥିଲେ ଯେ, ଅମନ ଆଉ କିଛି ଲୋକଙ୍କ ସହିତ ମିଶି ତାଙ୍କ ଘର ପସି ଝଗଡ଼ା କରିଥିଲେ । ଘଟଣା ଘଟିବାର ୧୫ ବର୍ଷ ପରେ ମାମଲା ଉପରେ ରାୟ ଶୁଣାଇ ଅଦାଲତ ଅମନଙ୍କ ସମେତ ୯ ଜଣଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା କରିଛନ୍ତି ।

ଅମନ ଆରୋଡା ଭଗବନ୍ତ ସିଂ ମାନଙ୍କ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ପାହ୍ୟ ମନ୍ତ୍ରୀ ଅଛନ୍ତି। ସାଙ୍ଗରୁର ଆସନରୁ ଜିତିବା ପରେ ଅମନ ଆରୋଡା ବିଧାୟକ ହୋଇଛନ୍ତି । ୨୦୨୨ ନିର୍ବାଚନରେ ସେ କଂଗ୍ରେସର ଜସବିନ୍ଦର ସିଂ ଧିମାନଙ୍କୁ ୨୫ ହଜାର ୨୭୭ ଭୋଟ୍ ବ୍ୟବଧାନରେ ପରାସ୍ତ କରି ସେ ନିର୍ବାଚନ ଜିତିଥିଲେ । ଏହାପରେ ଭଗବତ ମାନ ତାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଥିଲେ ।