ପୁନିତଙ୍କ ପାଇଁ ଚିଠି ଲେଖିଲେ ପତ୍ନୀ ଅଶ୍ୱିନୀ ରେବନାଥ

କନ୍ନଡ ସିନେମାର କିମ୍ବଦନ୍ତୀ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ପୁନିତ  ରାଜକୁମାର ଅକ୍ଟୋବର ୨୯, ୨୦୨୧ରେ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ହଠାତ୍ ମୃତ୍ୟୁ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା, ଅନେକ ରାଜନୈତିକ ନେତା ତଥା ସେଲିବ୍ରିଟି ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଥିଲେ। କନ୍ନଡ଼ ଇଣ୍ଡଷ୍ଟ୍ରିର ଏତେ ଭଲ ଅଭିନେତାଙ୍କ ସ୍ଥାନ କେହି ବା ପୂରଣ କରିପାରିବେନି ବୋଲି ପୁନିତଙ୍କ ଫ୍ୟାନ୍ସ କହିଛନ୍ତି । ସୁପରଷ୍ଟାର ପୁନିତ୍ ରାଜକୁମାରଙ୍କ ବିୟୋଗ ସମସ୍ତଙ୍କୁ ହତଚକିତ କରିଥିଲା । ପୁନିତଙ୍କ ଫ୍ୟାନ୍ସ ଏହା ଆଦୈା ଗ୍ରହଣ କରିପାରିନଥିଲେ । କିନ୍ତୁ, ଏଯାଏ ତାଙ୍କ ପତ୍ନୀ ଅଶ୍ୱିନୀ ରେବନାଥଙ୍କର ଏନେଇ କୈାଣସି ପ୍ରତିକ୍ରିୟା ଆସିନଥିଲା । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଶଂସକଙ୍କୁ ଏକ ଭାବପ୍ରବଣ ଚିଠି ଲେଖିଥିଲେ। ସେ ଲେଖିଛନ୍ତି : ପୁନିତଙ୍କ ଅକାଳ ମୃତ୍ୟୁ କେବଳ ପରିବାର ନୁହେଁ ସମଗ୍ର କର୍ଣ୍ଣାଟକ ରାଜ୍ୟକୁ ମଧ୍ୟ ଚକିତ କରିଛି। ଏହି କ୍ଷତିର ପରିମାଣ ଆପଣଙ୍କୁ କଳ୍ପନା କରିବା କଷ୍ଟକର, ତାଙ୍କୁ  ‘ପାଓ୍ୱାର ଷ୍ଟାର୍’ କରିଥିବା ପ୍ରଶଂସକମାନେ ତାଙ୍କୁ ଆଜି ବି ଝୁରୁଛନ୍ତି ।

ପୁନିତଙ୍କ ମୃତ୍ୟୁବେଳେ ତାଙ୍କୁ ୪୬ ବର୍ଷ ହୋଇଥିଲା । ପୁନିତଙ୍କ ଛାତିରେ କଷ୍ଟ ହେବାପରେ ତାଙ୍କୁ ବାଙ୍ଗାଲୋରର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ପରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।  ବଡ଼ ବଡ଼ ମନ୍ତ୍ରୀ ଯଥା ନରେନ୍ଦ୍ର ମୋଦି, ଏମ କେ ଷ୍ଟାଲିନ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଫିଲ୍ମ ତାରକା ସୋନୁ ସୁଧ, ଜୁନିୟର ଏନଟିଆର, ସୁଧିର ବାବୁ ଆଦି ପୁନିତଙ୍କ ଶେଷ ଦର୍ଶନରେ ଉପସ୍ଥିତ ଥିଲେ ।

Leave a Reply