ରାମାୟଣ ବିବାଦ: ସୋନାକ୍ଷୀଙ୍କ ସପୋର୍ଟରେ ବାହାରିଲେ ମହାଭାରତର ଦୁର୍ଯ୍ୟୋଧନ, ମୁକେଶ ଖାନ୍ନାଙ୍କୁ କଲେ ଟାର୍ଗେଟ

1 min read

ମୁମ୍ବାଇ: ସମଗ୍ର ଦେଶବାସୀ ଲକଡାଉନ୍ ଯୋଗୁଁ ଏବେ ରାମାୟଣ ଦେଖିବାର ମଜ୍ଜା ଉଠାଉଥିବା ବେଳେ ଅନ୍ୟପଟେ ଏହି ରାମାୟଣ ଯୋଗୁଁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଲଗାତାର ଟ୍ରୋଲ କରାଯାଉଛି । ରାମାୟଣ ବିଷୟରେ କମ୍ ଜ୍ଞାନ ଥିବାରୁ ଅଭିନେତା ମୁକେଶ ଖାନ୍ନା ଅନେକ ଥର ସୋନାକ୍ଷୀଙ୍କୁ ଟାର୍ଗେଟ କରିଛନ୍ତି । ଗତ ବର୍ଷ ଅମିତାଭ ବଚ୍ଚନଙ୍କ ଶୋ’ କୌନ୍ ବନେଗା କରୋଡପତିରେ, ସୋନାକ୍ଷୀ ସିହ୍ନାଙ୍କୁ ରାମାୟଣ ଜଡ଼ିତ ଏକ ପ୍ରଶ୍ନ ପଚରା ଯାଇଥିଲା । ଅମିତାଭ ପଚାରିଥିଲେ ଯେ, କାହା ପାଇଁ ଶ୍ରୀ ହନୁମାନ ସଞ୍ଜିବନୀ ବୁଟି ଆଣିଥିଲେ । ସୋନାକ୍ଷୀ ଏହାର ଉତ୍ତର ଦେଇପାରିନଥିଲେ । ଯେଉଁଥିପାଇଁ ତାଙ୍କୁ ଅନେକ ଟ୍ରୋଲ କରାଯାଇଥିଲା । ତା’ପରେ ମୁକେଶ ଖାନ୍ନା ତାଙ୍କୁ ରାମାୟଣ ଏବଂ ମହାଭାରତ ଦେଖିବା ପାଇଁ ପରାମର୍ଶ ଦେଇଥିଲେ ।

କରୋନା ଯୋଗୁଁ ସମଗ୍ର ଦେଶରେ ଲକଡାଉନ୍ ଜାରି ରହିଛି । ଏଥିପାଇଁ ଦୂରଦର୍ଶନରେ ରାମାୟଣ ପୁଣି ଥରେ ପ୍ରସାରଣ ହେଉଛି । ତେବେ ଏନେଇ ଅନେକ ବିବାଦୀୟ ତଥ୍ୟ ସାମ୍ନାକୁ ଆସିଛି । ମହାଭାରତ ଧାରାବାହିକରେ ତାଙ୍କ ସାଥୀ ତଥା ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିବା ପୁନିତ୍ ଇସର, ମୁକେଶ ଖାନ୍ନାଙ୍କୁ ଟାର୍ଗେଟ କରିଛନ୍ତି ।

ଏକ ସାକ୍ଷାତକାରରେ ପୁନିତ ଏନେଇ ଆଲୋଚନା କରିଛନ୍ତି । ମୁକେଶ ଖାନ୍ନାଙ୍କ ବାର୍ତ୍ତାକୁ ଭୁଲ୍ ବୋଲି କହିଛନ୍ତି ପୁନିତ୍ । ପୁନିତଙ୍କ କହିବା ଅନୁସାରେ ସୋନାକ୍ଷୀଙ୍କୁ ଏଭଳି କହିବା ଅନୁଚିତ୍ ନୁହେଁ । ସୋନାକ୍ଷୀ AVMର ଛାତ୍ରୀ ଓ ତାଙ୍କ ପିଲାମାନେ ମଧ୍ୟ ସେଠାରେ ପାଠ ପଢିଛନ୍ତି । ଯଦି ସେମାନେ ରାମାୟଣର ଏକ ପ୍ରଶ୍ନର ଉତ୍ତର ଜାଣନ୍ତି ନାହିଁ, ତେବେ ଏହାର ଅର୍ଥ ନୁହେଁ ଯେ ସେମାନେ କିଛି ଜାଣିନାହାନ୍ତି । ଗୋଟିଏ ଉତ୍ତର ନଦେବାର ଅର୍ଥ ଏହା ନୁହେଁ ଯେ, ଦୁନିଆ ଶେଷ ହୋଇଯାଇଛି ।

ମହାଭାରତ ତିଆରି କରିବା ପାଇଁ ଏକତା କପୁରଙ୍କୁ ମଧ୍ୟ ଅନେକ କଥା ଶୁଣାଇଥିଲେ ମୁକେଶ ଖାନ୍ନା । ପୁନିତଙ୍କ ଅନୁସାରେ, ମୁକେଶ ଖାନ୍ନା, ଏକତା କପୁରଙ୍କ ବିରୋଧରେ କହି ନିଜେ ବିବାଦରେ ଫସିଛନ୍ତି । ମହାଭାରତ ଉପରେ କାହାର କପିରାଇଟ୍ ନାହିଁ, ଏହାକୁ ତିଆରି କରିବାର ଅଧିକାର ସମସ୍ତଙ୍କର ଅଛି । ସାଜିଦ୍ ନାଦିଆଡୱାଲାଙ୍କ ଜେଜେବାପା ମଧ୍ୟ ମହାଭାରତ ଉପରେ ଏକ ଫିଲ୍ମ କରିଥିଲେ ଏବଂ ଏହା ସୁପରହିଟ୍ ହୋଇଥିଲା ।

ପୁନିତ୍ ମୁକେଶ ଖନ୍ନାଙ୍କୁ ବିନମ୍ରତା ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି। ତେବେ, ମୁକେଶ ଖାନ୍ନା ନିଜର ଘନିଷ୍ଠ ବନ୍ଧୁଙ୍କ ଏହି ରିଆକ୍ସନ ନେଇ କଣ ପ୍ରତିକ୍ରିୟା ଦେବେ ତାହା ଦେଖିବା ବାକି ରହିଛି । କେବଳ ପୁନିତ ନୁହଁନ୍ତି ଅନେକ କଳାକାର ମୁକେଶଙ୍କୁ ଏଥର ଟାର୍ଗେଟ କରିଛନ୍ତି । ଏହାପୂର୍ବରୁ ନିଜେ ମହାଭାରତରେ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିବା ନୀତିଶ ଭରଦ୍ୱାଜ ମଧ୍ୟ ସୋନାକ୍ଷୀଙ୍କୁ ସପୋର୍ଟ କରିଥିଲେ । ଏଥି ସହିତ ସୋନାକ୍ଷୀ ସିହ୍ନାଙ୍କ ପିତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଏହାର କଡ଼ା ଜବାବ ଦେଇଥିଲେ ।

Leave a Reply