spot_img

Latest Posts

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱରରୁ ପୁଣେ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣେ ଉଡିବ ସ୍ୱତନ୍ତ୍ର ବିମାନ। ଖୁବଶୀଘ୍ର ଆରମ୍ଭ ହେବ ବିମାନ ସେବା। ଲୋକଙ୍କ ସୁବିଧା ଲାଗି ଉଡ଼ିବ ଏୟାର ଏସିଆ ବିମାନ। ବିମାନ ଉଡ଼ାଣ ପାଇଁ ରାଜ୍ୟ ସରକାର ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବେ। ୩ମାସ ପାଇଁ ସହାୟତା ଯୋଗାଇବେ ରାଜ୍ୟ ସରକାର। ରାଜ୍ୟରେ ଉନ୍ନତ ଯୋଗାଯୋଗ କ୍ଷେତ୍ରରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପର୍ଯ୍ୟଟନ ଏବଂ ଆର୍ଥିକ ଅଭିବୃଦ୍ଧିରେ ଏହା ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଆଜିଠୁ ଝାରସୁଗୁଡା ସହ ସିଧା ସଳଖ ଦେଶର ଦୁଇଟି ପ୍ରମୁଖ ସହର ସହ ଯୋଡି ହେବ। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନସେବା। ୧୪୪ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିବ ସ୍ପାଇସ୍ ଜେଟ୍ ବୋଇଂ ୭୭। ପ୍ରଥମ ବିମାନ ଝାରସୁଗୁଡାରୁ ଦିନ ଗୋଟାଏରେ ବାହାରି ବାଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିବ। ଏହା ମୁମ୍ବାଇରୁ ଆସି ୧୨ଟା ୩୦ରେ ଝାରସୁଗୁଡା ପହଂଚି ଗୋଟାଏ ବେଳକୁ ବେଙ୍ଗାଲୁରୁ ଯାତ୍ରା କରିବ। ସେହିପରି ବେଙ୍ଗାଲୁରୁରୁ ଆସି ସନ୍ଧ୍ୟା ୫ ଟା ୪୦ରେ ଝାରସୁଗୁଡାରେ ପହଞ୍ଚିବ। ସନ୍ଧ୍ୟା ୬.୧୦ରେ ପୁଣି ମୁମ୍ବାଇକୁ ଉଡ଼ାଣ ଭରିବ। ସେପଟେ ଗତକାଲିଠାରୁ ଦିଲ୍ଲୀକୁ  ବିମାନସେବା ଆରମ୍ଭ ହୋଇଛି।

Latest Posts

Don't Miss