ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର, ’ପୂର୍ଣ୍ଣତା’ ସ୍ବତନ୍ତ୍ର କ୍ଲିନିକ ଉଦଘାଟିତ
ନନ୍ଦିଘୋଷ ବ୍ୟୁରୋ: ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଖୁସି ଖବର । ଉଦଘାଟିତ ହେଲା ସ୍ବତନ୍ତ୍ର କ୍ଲିନିକ । ଏଭଳି ଐତିହାସିକ ମୂହୁର୍ତ୍ତରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ଟ୍ରାନ୍ସଜେଣ୍ଡର । ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଓଡ଼ିଶା ଟ୍ରାନ୍ସଜେଣ୍ଡର ମହାସଂଘ ’ଶଖା’ର ମିଳିତ ସହଯୋଗରେ କିନ୍ନରଙ୍କ ସମସ୍ତ ସ୍ବାସ୍ଥ୍ୟ ଚିକିତ୍ସାର ସୁବିଧା ’ପୂର୍ଣ୍ଣତା’ କ୍ଲିନିକ ଉଦଘାଟିତ । ହାଇଟେକ ମେଡିକାଲ କଲେଜ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ହାଇଟେକ ଗ୍ରୁପର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ଉଦଘାଟନ କରିଛନ୍ତି । ସେପଟେ ଏହି ଅବସରରେ ଓଡ଼ିଶା ସରକାରଙ୍କ ଏସଏସଇପିଡି ସାମାଜିକ ସୁରକ୍ଷା ବିଭାଗର ଉପ ସମ୍ପାଦକ ସନ୍ୟାସୀ ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ଏହାସହ ଓଡ଼ିଶା ଟ୍ରାନ୍ସଜେଣ୍ଡର କଲ୍ୟାଣ ଟ୍ରଷ୍ଟର ଫାଉଣ୍ଡର ମୀରା ପରିଡ଼ା ମଧ୍ୟ ଯୋଗ ଦେଇଥିଲେ । ସେପଟେ ଏହି ଉଦଘାଟନୀ ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଫଳ କରିଥିଲେ ।