spot_img

Latest Posts

ପୁଡୁଚେରୀରେ ଗଡ଼ିଲା କଂଗ୍ରେସ ସରକାର, ଫ୍ଲୋର ଟେଷ୍ଟରେ ବିଫଳ ଭି ନାରାୟଣସ୍ୱାମୀ ସରକାର

ନୂଆଦିଲ୍ଲୀ: ପୁଡୁଚେରୀରେ ଗଡ଼ିଲା କଂଗ୍ରେସ ସରକାର । ଫ୍ଲୋର୍‌ ଟେଷ୍ଟରେ ପରାଜିତ ହେଲା ଭି ନାରାୟଣସ୍ୱାମୀ ସରକାର । କିଛି ଦିନ ଧରି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଜଣକ ପରେ ଜଣେ କଂଗ୍ରେସ ବିଧାୟକ ଦଳ ଛାଡ଼ିବାକୁ ଆରମ୍ଭ କରିଥିଲେ । ଗୋଟିଏ ମାସ ମଧ୍ୟ ପ୍ରାୟ ୪ ଜଣ ବିଧାୟକ ଦଳ ଛାଡ଼ିଥିଲେ । ଯାହାକି ପୁଡୁଚେରୀ କଂଗ୍ରେସ ପାଇଁ ଚଡ଼କ ପଡ଼ିଥିଲା ।

ତେବେ ଗୋଟିଏ ମାସରେ ୪ ଜଣ ବିଧାୟକ ଦଳ ଛାଡ଼ିବା ପରେ କଂଗ୍ରେସ ବହୁମତ ହରାଇଥିଲା । ଏଥିପାଇଁ ଫ୍ଲୋର୍‌ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ନୂଆ କରି ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ । ହେଲେ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିନଥିଲେ ନାରାୟଣସ୍ୱାମୀ ସରକାର । ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାରେ ବିଫଳ ହୋଇଥିବା କଥା ବାଚସ୍ପତି ଭିପି ସିବକୋଲୁନ୍ଧୁ ଘୋଷଣା କରିବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି।

ରବିବାର ସନ୍ଧ୍ୟାସୁଦ୍ଧା ପୁଡୁଚେରୀ ସରକାରଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ସଂଖ୍ୟା ଥିଲା ମାତ୍ର ୧୧ । ଏହି କଥା ପ୍ରସଙ୍ଗରେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ କହିଲେ, ବିଧାୟକମାନେ ଦଳ ପ୍ରତି ବିଶ୍ୱସ୍ତ ରହିବା ଉଚିତ୍‌ । ଇସ୍ତଫା ଦେଇଥିବା ବିଧାୟକମାନେ ଜନତାଙ୍କୁ ମୁହଁ ଦେଖାଇ ପାରିବେ ନାହିଁ । କାରଣ ଜନତା ସେମାନଙ୍କୁ ସୁବିଧାବାଦୀ ବୋଲି କହିବେ । ଆସ୍ଥା ଭୋଟ୍‌ରେ ପରାଜିତ ହେବା ପରେ ବିଦାୟକାଳୀନ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ତାଙ୍କ ମନ୍ତ୍ରୀମାନଙ୍କ ସହ ବିଧାନସଭା ବାହାରକୁ ଚାଲିଯାଇଥିଲେ।

Latest Posts

Don't Miss