ଚୋରା ମଦ ଚଢ଼ାଉକୁ ନେଇ ପୋଲିସ-ଜନତା ମୁହାଁମୁହିଁ

ଆରଡି: ବଜାରରେ ଚୋରା ମଦ ଚଢାଉକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ବେତାଳି ଗାଁ ବଜାରରେ ଭଦ୍ରକ ଜିଲା ଅବକାରୀ ବିଭାଗ ଓ ଧୁଷୁରୀ ପୋଲିସ ମିଳିତ ରେଡ୍ କରିଥିଲେ । ଚୋରା ମଦ ଚଢାଉ କାରବାର ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରି ନେଉଥିଲେ ଅବକାରୀ ଅଧିକାରୀ । ଗିରଫ ସମୟରେ ସାଧା ପୋଷାକରେ ଥିବା ପୋଲିସଙ୍କ କିଛି ଅଶାଳୀନ ମନ୍ତବ୍ୟକୁ ନେଇ ସ୍ଥାନୀୟ ଲୋକ ତାତି ଥିଲେ ।
ପୋଲିସ ସହ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏହି ସମୟରେ ସ୍ଥାନୟ ଜଣେ ଯୁବକ ଫଟୋ ଉତ୍ତୋଳନ କରୁଥିବାରୁ ପୋଲିସ ଲାଠି ଚାଳନା କରିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକ ଦୀର୍ଘ ସମୟ ଧରି ପୋଲିସ ଗାଡ଼ିକୁ ଅଟକ ରଖିବା ସହିତ ଉକ୍ତ ଯୁବକର ମୋବାଇଲ ଫେରାଇବାକୁ ଦାବି କରିଥିଲେ ।