‘ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ଶଯ୍ୟାର ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ଚାଲିଛି’

1 min read

ଭୁବନେଶ୍ୱର: ଶଯ୍ୟା ସଂଖ୍ୟା ଵୃଦ୍ଧି କରିବା ପାଇଁ ପ୍ରସ୍ତୁତି ଚାଲିଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣ ଅଧିକ ଶଯ୍ୟା ଵୃଦ୍ଧି କରାଯିବ । ଆଇସିୟୁ ବଢ଼ାଇବା ଏତେଟା ସମ୍ଭବପର ନୁହେଁ । କାରଣ ଆଇସିୟୁ ପାଇଁ ସେଟଅପ୍ ଦରକାର । ତଥାପି ପ୍ରାୟ ୨ଗୁଣ ଆଇସିୟୁ ବେଡ୍‌ ଵୃଦ୍ଧି କରାଯିବ । ୪ଟି କଟାଗୋରୀର ବେଡ୍ ଦରକାର । ସାଧାରଣ ବେଡ୍, ଅକ୍ସିଜେନ ସପୋର୍ଟ ବେଡ୍, ଆଇସିୟୁ ବେଡ୍ ଏବଂ ଆଇସିୟୁ ସହ ଭେଣ୍ଟିଲେଟର ଥିବା ବେଡ୍ । ନିୟମ ଅନୁସାରେ ୧୦୦ ବେଡରେ ହାରାହାରି ୬ ପ୍ରତିଶତ ଆଇସିୟୁ ବେଡ ଦରକାର । ତେବେ ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ୍ ଅଧିକ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା କେଵଳ ଗୁରୁତର ରୋଗୀଙ୍କୁ ଆଇସିୟୁରେ ରଖାଯିବ । ଆଇସିୟୁ ଓ ଏଚଡିୟୁ ବେଡ୍ ସଂଖ୍ୟା ଵୃଦ୍ଧି କରାଯିବ । କିନ୍ତୁ ପର୍ଯ୍ୟାୟ କ୍ରମେ ଆବଶ୍ୟକତା ଅନୁସାରେ ବୃଦ୍ଧି କରାଯିବ । ବର୍ତ୍ତମାନ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ ବେଡ୍‌ରେ ରୋଗୀ ଅଛନ୍ତି । ଭେଣ୍ଟିଲଟର ୧୮ ପ୍ରତିଶତ ବ୍ୟବହାର ହୋଇଛି । ୨୪୮ବେଡରୁ ୪୫ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁ ବେଡ଼ ୫୪୧ଟି ରଖିଥିବା ବେଳେ ୩୨୯ ଜଣ ରୋଗୀ ଅଛନ୍ତି । ଏହାଛଡ଼ା ଷ୍ଟାଣ୍ଡବାୟ ବେଡ୍ ଆମ ପାଖରେ ଅଛି । ତେଣୁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଏଥିସହିତ ପଢ଼ନ୍ତୁ: କୁମ୍ଭମେଳା ଅଂଶଗ୍ରହଣକାରୀଙ୍କ ତାଲିକା ପ୍ରଦାନ କଲେ SRC: ଓଡ଼ିଶା ଫେରିବା ପୂର୍ବରୁ ଆରଟିପିସିଆର ଟେଷ୍ଟ ପାଇଁ ପରାମର୍ଶ

Leave a Reply