ମିଛଧରା ଟେଷ୍ଟର ସତ କାହାଣୀ କଣ ? ସାଧାରଣ ଲୋକ ପଲିଗ୍ରାଫ ମେସିନ କିଣିପାରିବେ କି ?

ନନ୍ଦିଘୋଷ ବ୍ୟୁରୋ: ସତ ଆଉ ମିଛର ପର୍ଦ୍ଦାପାଶ ପାଇଁ ପଲିଗ୍ରାଫ ଟେଷ୍ଟ କରାଯାଇଥାଏ । ଯାହାକୁ ଲାଏ ଡିଟେକ୍ଟର ଟେଷ୍ଟ ବି କୁହାଯାଏ । ଗତ କିଛି ବର୍ଷ ମଧ୍ୟରେ ଆମେ ପଲିଗ୍ରାଫ ଟେଷ୍ଟ ବିଷୟରେ ଶୁଣିବାକୁ ପାଉଛୁ  । ବଡ ବଡ ଅପରାଧୀଙ୍କ ତଦନ୍ତ ବେଳେ ଅଧିକାଂଶ ସମୟରେ କୋର୍ଟ ପଲିଗ୍ରାଫ ଟେଷ୍ଟର ନିର୍ଦ୍ଦେଶ ଦେଇଥାନ୍ତି  । ଯେଉଁଥିରୁ ଜଣାପଡିଥାଏ ଯେ ଅଭିଯୁକ୍ତ ଜଣକ ସତ କହୁଛି ନା ମିଛ  । ଆପଣ ଜାଣନ୍ତି କି ପଲିଗ୍ରାଫ ଟେଷ୍ଟ କେମିତି ହୋଇଥାଏ ? ଏଥିରେ କେଉଁ ମେସିନର ବ୍ୟବହାର କରାଯାଏ ? ଏହି ମେସିନର ମୂଲ୍ୟ କେତେ ? ଭାରତ ଓ ଅନ୍ୟ ଦେଶରେ କେଉଁ କମ୍ପାନୀ ଏହାର ନିର୍ମାଣ କରିଥାନ୍ତି? ପଲିଗ୍ରାଫ ଟେଷ୍ଟ ଓ ମେସିନକୁ ନେଇ ଅନେକ ପ୍ରଶ୍ନ ଉଠିଥିବାବେଳେ ଏକ ବଡ ପ୍ରଶ୍ନ ଉଠୁଛି ଯେ ଯେ କୌଣସି ବ୍ୟକ୍ତି ପଲିଗ୍ରାଫ ମେସିନ କିଣି ପାରିବେ କି ?

ପଲିଗ୍ରାଫ ମେସିନରେ ବ୍ୟକ୍ତିର ଶରୀରରେ ସଂଯୋଗ ହୋଇଥିବା ଏକ ସେନସର୍‌ରେ ଆସୁଥିବା ସିଗନାଲକୁ ଏକ ମୁଭିଂ ପେପର୍‌(ଗ୍ରାଫ)ରେ ରେକର୍ଡ କରାଯାଇଥାଏ  ।ଏହି ପ୍ରୋସେସକୁ ପଲିଗ୍ରାଫ ଟେଷ୍ଟ କୁହାଯାଏ  ।

ପେଷ୍ଟ୍ରୋ ଇନଫୋ ସଲ୍ୟୁସନ କମ୍ପାନୀ ଭାରତକୁ ପଲିଗ୍ରାଫ ମେସିନ ପଠାଉଥିବା ଟପ୍‌ କମ୍ପାନୀ ଅଟେ  । ଏହି କମ୍ପାନୀ ସିକ୍ୟୁରିଟି ଓ ଆଇନ ଏଜେନ୍ସୀ ଦ୍ବାରା ବ୍ୟବହାର କରାଯାଉଥିବା ପଲିଗ୍ରାଫ ମେସିନ ପ୍ରସ୍ତୁତ କରିଥାଏ  । ସେହିପରି ମେଡିକ୍ୟାମ କମ୍ପାନୀ ଦେଶରେ ଲାଇ ଡିଟେକ୍ଟର ବା ପଲିଗ୍ରାଫ ମେସିନ ପ୍ରଦାନ କରୁଥିବା ଆଉ ଏକ କମ୍ପାନୀ ଅଟେ  । ମେଡିକ୍ୟାମର ପଲିଗ୍ରାଫ ମେସିନକୁ ବ୍ୟାପକ ରୁପେ ସରକାରୀ ଏଜେନ୍ସୀ ଓ ବେସରକାରୀ ସେକ୍ଟରରେ କମ୍ପାନୀ ଦ୍ବାରା ବ୍ୟବହାର କରାଯାଇଥାଏ  । ସକେହିପରି ରିଲାଏବଲ ଟେଷ୍ଟିଂ ସଲ୍ୟୁସନ୍‌ସ ପଲିଗ୍ରାଫ ଟେଷ୍ଟ ଡିବାଇସ ଓ ଅନ୍ୟ ଫରେନ୍ସିକ ଡିଭାଇସ ଯୋଗାଇଥାଏ  ।

ଆମେରିକାର ଲାଫାୟେତେ ଇନଷ୍ଟ୍ରୁମେଣ୍ଟ କମ୍ପାନୀ ବିଶ୍ବର ଟପ୍‌ ଗ୍ଲୋବାଲ ପଲିଗ୍ରାଫ ମେସିନ ସପ୍ଲାଏର ଯିକ କି ସମଗ୍ର ବିଶ୍ବରେ ଥିବା ସରକାରୀ ଏଜେନ୍ସୀକୁ ଆଡଭାନ୍ସଡ ଡିଭାଇସ ଯୋଗାଇଥାଏ  । ଏହାଛଡା ଷ୍ଟୋଏଲଟିଂ କୋ. ଓ କିଲର ପଲିଗ୍ରାଫ ଦୁଇ ନାମୀଦାମୀ ଆମେରିକୀୟ କମ୍ପାନୀ ପଲିଗ୍ରାଫ ଡିଭାଇସ ନିର୍ମାଣ କରୁଛନ୍ତି  ।

 

କିଏ କିଣିପାରିବେ ପଲିଗ୍ରାଫ ମେସିନ

ପଲିଗ୍ରାଫ ମେସିନ ମୁଖ୍ୟତ୍ଃ ସରକାରୀ ତଦନ୍ତ ସଂସ୍ଥା କିଣିଥାନ୍ତି  । ଏହା ଛଡା ସିକ୍ୟୁରିଟି ଏଜେନ୍ସୀ ଓ ବେସରକାରୀ ତଦନ୍ତ ସଂଶ୍ଥା ପଲିଗ୍ରାଫ ମେସିନ କିଣି ପାରିବେ  । ବେସରକାରୀ ସଂସ୍ଥା ବା ବ୍ୟକ୍ତିଗତ ଭାବେ ପଲିଗ୍ରାଫ ମେସିନ କିଣିଲେ ବୈଧ କାରଣ ଦେବାକୁ ପଡିଥାଏ  । କିଛି ଦେଶକୁ ଆଇନ ମୁତାବକ ପଲିଗ୍ରାଫ ମେସିନ କିଣିବାକୁ ଅନୁମତି  ନେବାକୁ ପଡିଥାଏ  ।

 ପଲିଗ୍ରାଫ ମେସିନର ମୂଲ୍ୟ ତାର ଆକାର, ବ୍ରାଣ୍ଡ ଓ ମଡେଲ ଉପରେ ନିର୍ଭର କରିଥାଏ । ବେସିକ ଆନାଲଗ ମଡେଲର ମୂଲ୍ୟ ଅଢେଇ ଲକ୍ଷରୁ ୪ ଲକ୍ଷ ମଧ୍ୟରେ ହୋଇଥାଏ  । ଆଡଭାନ୍ସଡ ଡିଜିଟାଲ ପଲିଗ୍ରାଫ ମେସିନର ମୂଲ୍ୟ ୮ ଲକ୍ଷରୁ ୧୨ ଲକ୍ଷ ଟଙ୍କା ହୋଇଥାଏ  । ଏଜେନ୍ସୀର ଆବଶ୍ୟକତା ଅନୁସାରେ ମେସିନର ମୂଲ୍ୟ ବୃଦ୍ଧି ହୋଇଥାଏ  ।