spot_img

Latest Posts

ପୁଣି ଭାରତକୁ ଫେରିବ ପବ୍‌ଜୀ: ନିର୍ଦ୍ଧାରିତ ସମୟରୁ କିଛିଟା ବିଳମ୍ୱରେ ହୋଇପାରେ ଲଞ୍ଚ

ନୂଆଦିଲ୍ଲୀ: ପବଜୀ ଖେଳାଳିଙ୍କ ପାଇଁ ଖୁସି ଖବର । ପୁଣି ଥରେ ନୂଆ ରୂପରେ ଭାରତକୁ ଫେରିଆ ଏହି ଲୋକପ୍ରିୟ ମୋବାଇଲ ଗେମ୍ । ଏ ନେଇ କମ୍ପାନୀ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପବଜୀ ମୋବାଇଲ ଇଣ୍ଡିଆ ନାଁରେ ଏହାକୁ ଭାରତ ବଜାରେ ଲଞ୍ଚ କରାଯିବ । ପବଜୀ ଭାରତରେ ଏକ ଭାରତୀୟ ସହଯୋଗୀ କମ୍ପାନୀ ପ୍ରତିଷ୍ଠା କରିବ, ଯେଉଁଥିରେ ବିଭିନ୍ନ ଶ୍ରେଣୀରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନିଯୁକ୍ତି ମିଳିବା ସୂଚନା ।  ଏଥିସହିତ ପବଜୀ ମୋବାଇଲ ଏକ ନୂଆ ଓ୍ୱେବସାଇଟ ଲଞ୍ଚ କରିବା ସହ ପବଜୀର ଟିଜର ସେୟାର କରିଛି । ତେବେ ସେପ୍ୱେମ୍ୱର ମାସରେ ଚୀନ ସହ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରେ ପବଜୀ ସମେତ ୧୧୮ଟି ଚୀନ ମୋବାଇଲ ଆପ୍ଳିକେସନ୍ ବ୍ୟାନ୍ କରିଥିଲା ଭାରତ । ଏ ନେଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।  ଚୀନ୍‌କୁ ମାତ୍ ଦେବାକୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କିଛି ଲୋକ କହୁଥିବା ବେଳେ କିଛି ଦୁଃଖ ପ୍ରକାଶ କରିଥିଲେ। ତେବେ ଆପରେ କିଛି ପରିବର୍ତ୍ତନ କରାଯାଉଥିବାରୁ ଏହାର ଲଞ୍ଚିରେ ବିଳମ୍ୱ ହୋଇପାରେ ।

Latest Posts

Don't Miss