ଗେମ୍ ନିଶାରେ ମାଆ ଓ ଭଉଣୀଙ୍କୁ ମାରିଲା ଗୁଳି

1 min read
PUBG Addict Teenager Killed His Family With Bullets In Pakistan

ନୂଆଦିଲ୍ଲୀ: ଛୁଆ, କମ୍ ବୟସର ପିଲାଙ୍କୁ ଘାରିଛି ଗେମ୍ ନିଶା, ପାଗଳ କରୁଛି ପବଜୀ । ଆଉ ପବଜୀ ପାଇଁପ ପାଗଳ ନାବାଳକ ନେଇଛି ମାଆ ଓ ଭଉଣୀଙ୍କ ଜୀବନ । ଆଶ୍ଚର୍ଯ୍ୟ ଚକିତ କଲା ଭଳି ଘଟଣା ଘଟିଛି ପାକିସ୍ତାନରେ । ପୂର୍ବରୁ ପବଜୀ ଖେଳୁ ଖେଳୁ ଛାତରୁ ଡେଇଁ କିଏ ଆତ୍ମହତ୍ୟା କରିଥିବା ଆପଣ ଶୁଣିଥିବେ । କିନ୍ତୁ ପାକିସ୍ତାନରେ ପବଜୀ ଖେଳୁଥିବା ଜଣେ ନାବାଳକ ଗେମକୁ ହିଁ ଦୁନିଆ ଭାବି ନେଇଥିଲା ।

PUBG Addict Teenager Killed His Family With Bullets In Pakistan

ପବଜୀ ପାଇଁ ପାଗଳ ନାବାଳକ ଗେମ୍ ଖେଳି ଖେଳି ମାଆ, ଭଉଣୀଙ୍କୁ ଗୁଳି କରି ଦେଇଛି । ଏଭଳି ମାମଲା ସାମ୍ନାକୁ ଆସିବା ପରେ ପାକିସ୍ତାନରେ ପବଜୀକୁ ବ୍ୟାନ୍ କରିବା ଲାଗି ଦାବି ହେଉଛି । ସୂଚନା ଅନୁସାରେ, ୧୮ ଜାନୁଆରୀରେ ନାବାଳକ ଜଣଙ୍କ ମାଆ ଓ ଭଉଣୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପବଜୀ ଖେଳରେ ଉତ୍ତେଜିତ ହୋଇ ନାବାଳକ ମାଆ, ଭଉଣୀଙ୍କୁ ମାରିଥିବା ଜେରା ବେଳେ ମାନିଛି ।

ତେବେ, ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟି ନଥିବା କହିଛି ପୋଲିସ । ପବଜୀକୁ ପାକିସ୍ତାନରେ ବ୍ୟାନ୍ କରିବାକୁ ପୋଲିସ ପକ୍ଷରୁ ସୁପାରିସ୍ କରାଯାଇଛି । PUBG ଏକ ଅନଲାଇନ୍ ମଲ୍ଟିପ୍ଲେୟାର ‘ବ୍ୟାଟେଲ୍ ରୟାଲ୍’ ଗେମ୍ । ଯେଉଁଥିରେ ବିଜେତା ହିଁ ଶେଷକୁ ବଞ୍ଚି ରହେ । ବିଶ୍ୱରେ ପବଜୀର ଲୋକପ୍ରିୟତା ଢେର୍ ବେଶୀ ରହିଛି । ଏବେ ଭାରତ ଓ ଚୀନ ସମେତ କେତକ ଦେଶ ପବଜୀ ଉପରେ କଟକଣା ଲଗାଇଛନ୍ତି ।

Leave a Reply