spot_img

Latest Posts

୨୦୧୧ ବିଶ୍ୱକପ୍‌ରେ ଫିକ୍ସିଂ ଅଭିଯୋଗ: ସାଙ୍ଗାକାରାଙ୍କୁ ଜେରା, ଶ୍ରୀଲଙ୍କାରେ ପ୍ରତିବାଦ

କଲମ୍ବୋ: କାଠଗଡ଼ାରେ ୨୦୧୧ ବିଶ୍ୱକପ୍‌ । ଭାରତ ତା’ ଦମ୍‌ରେ ନୁହେଁ ବରଂ ଶ୍ରୀଲଙ୍କାର ଖେଳାଳି ଫିକ୍ସି କରିଥିବା ଯୋଗୁଁ  ବିଜୟୀ ହୋଇଥିଲା । ଏଭଳି ଅଭିଯୋଗ ପରେ ଏବେ ଆରମ୍ଭ ହୋଇଛି ତଦନ୍ତ । ଗୁରୁବାର ତତ୍କାଳୀନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଜେରା କରିଛନ୍ତି ତଦନ୍ତକାରୀ ଅଧିକାରୀ । ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରାୟ ୧୦ ଘଣ୍ଟାକାଳ ଜେରା କରାଯାଇଛି। ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ନିକଟରେ ବୟାନ ରଖିବାର ପରେ ସାଙ୍ଗାକାରା କହିଛନ୍ତି, “ମୁଁ ଏଠାକୁ ମୋର ବୟାନ ଦେବାକୁ ଆସିଥିଲି। କାରଣ ଏହାର ମୋର ଦାୟିତ୍ୱ। ସେହିପରି କ୍ରିକେଟ ପ୍ରତି ଥିବା ମୋ ସମ୍ମାନ ପାଇଁ ମୁଁ ଏଠାକୁ ଆସିଛି ।

 

ସୂଚନା ଯୋଗ୍ୟ ଯେ, ଶ୍ରୀଲଙ୍କାର ତତ୍କାଳୀନ କ୍ରୀଡ଼ାମନ୍ତ୍ରୀ ମହିଦାନନ୍ଦ ଅଲୁଥଗମାଗେ ୨୦୧୧ରେ ବିଶ୍ୱକପ୍‌ରେ ମ୍ୟାଚ୍‌ରେ ଫିକ୍ସିଂ ହୋଇଥିବା ବାରମ୍ୱାର ଅଭିଯୋଗ କରିଆସୁଛନ୍ତି । ସେ କହିଥିଲେ, ୨୦୧୧ ବିଶ୍ୱକପରେ ଶ୍ରୀଲଙ୍କା ଭାରତଠାରୁ କିଛି ଲୋକଙ୍କ ଫିକ୍ସିଂ ଯୋଗୁ ପରାସ୍ତ ହୋଇଥିଲା। ବର୍ତ୍ତମାନର କ୍ରୀଡ଼ା ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରୀଡ଼ା ସଚିବ ମନ୍ତ୍ରଣାଳୟର ତଦନ୍ତକାରୀ ୟୁନିଟ୍‌ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରି ତଦନ୍ତ ପାଇଁ କହିଥିଲେ ।

ତେବ ତଦନ୍ତକାରୀ ସଂସ୍ଥା ତାଙ୍କୁ କେଉଁ ବିଷୟରେ ଓ କ’ଣ କ’ଣ ପ୍ରଶ୍ନ କରିଛନ୍ତି ସେ ବିଷୟରେ ସାଙ୍ଗାକାରା କିଛି ବି କହିନାହାନ୍ତି। ଶୁକ୍ରବାର ଫାଇନାଲ ମ୍ୟାଚ୍‌ରେ ଶତକ ହାସଲ କରିଥିବା ମାହେଲା ଜୟବର୍ଦ୍ଧନେ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହେବେ। ଗତକାଲି ଦଳର ଓପନର ଉପୁଲ ଥରଙ୍ଗାଙ୍କୁ ତଦନ୍ତକାରୀ ସଂସ୍ଥା ଜେରା କରିଥିଲା  । ଅପରପକ୍ଷରେ ନିଜ ପ୍ରିୟ କ୍ରିକେଟରଙ୍କୁ ଜେରା କରାଯାଇଥିବାରୁ ଏହା ତୀବ୍ର ବିରୋଧ କରିଛନ୍ତି ସେମାନଙ୍କ ପ୍ରଶଂସକ । ସେଠାକାର ଯୁବ ସଂଗଠନ ସାମାଙ୍ଗି ଜାନ ବାଲାଓ୍ୱେଗୟା ରାସ୍ତାକୁ ଓହ୍ଲାଇ ଜେରାକୁ ବିରୋଧ କରିବା ସହ ନିଜ ପ୍ରିୟ ଖେଳାଳିଙ୍କୁ ସମର୍ଥନ ଜଣାଇଥିଲେ । ସେଠାକାର କ୍ରୀଡ଼ା ମନ୍ତ୍ରାଳୟ ସମ୍ମୁଖରେ ସେମାନେ ପ୍ରତିବାଦ ଜଣାଇଛନ୍ତି ।

Latest Posts

Don't Miss