ସାରୁଅରେ ଠିକା କର୍ମଚାରୀଙ୍କ ଧାରଣା ଜାରି: ରାଜରାସ୍ତାକୁ ଓହ୍ଲାଇବା ନେଇ ଦଳିତ ମହାସଭାର ଚେତାବନୀ

1 min read

ଖୋର୍ଦ୍ଧା: ସାରୁଅ ଓଟିଭି ଷ୍ଟୁଡିଓ ସାମନାରେ ଠିକା କର୍ମଚାରୀଙ୍କ ଧାରଣା ପଞ୍ଚମ ଦିନରେ ପହଞ୍ଚିଛି। ଖରାତରାରେ ଫାଟକ ସମ୍ମୁଖରେ ୫ ଦଫା ଦାବିରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । ନ୍ୟାୟ ଦାବିରେ ବସି ରହିଥିଲେ ବି କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଆଡ଼ ଆଖିରେ ଅନାଉନାହାନ୍ତି । ଆନ୍ଦୋଳନକାରୀଙ୍କ ସ୍ୱରରେ ସ୍ୱର ମିଳାଇ ଧାରଣାରେ ସାମିଲ ହୋଇଛି ରାଷ୍ଟ୍ରୀୟ ଦଳିତ ମହାସଭା। ଠିକା ଶ୍ରମିକମାନଙ୍କ ସହ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି । ଜମି ଏବଂ ସେମାନଙ୍କ ପ୍ରାପ୍ୟ ତୁରନ୍ତ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଭା ।

ସାରୁଅ ଜମି କେଳେଙ୍କାରୀ: ମୋଦି-ଶାହଙ୍କୁ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର

ଅପରପକ୍ଷରେ ସାରୁଅ ଜମି ଜାଲିଆତି ମାମଲାରେ ପ୍ରଧାନମନ୍ତ୍ରୀ ଅଫିସକୁ ଟ୍ୱିଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି ସସ୍ମିତ । ସେ କହିଛନ୍ତି, ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁସାରେ ରାଜ୍ୟରେ ଦଳିତଙ୍କ ଜମି କିଣାଯାଇ ପାରିବନାହିଁ । ଦଳିତଙ୍କ ମାଲିକାନାରେ ଥିବା ଜମି କିଣାଯାଇପାରିବ ନାହିଁ । ଆଇନ ଆଖିରେ ଧୂଳିଦେଇ ଜାଲିଆତି କରିଛନ୍ତି ବୈଜୟନ୍ତ । ଜମି କିଣିବା ପାଇଁ ଜୟ ତାଙ୍କ ଡ୍ରାଇଭରଙ୍କୁ ବ୍ୟବହାର କରିଛନ୍ତି । ଦଳିତ ଡ୍ରାଇଭରଙ୍କୁ ମୋହରା କରି ବୈଜୟନ୍ତ ଜମି କିଣିଛନ୍ତି । ଜମି କିଣି ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି ବୋଲି ସସ୍ମିତ କହିଛନ୍ତି । ବେନାମୀ ଡିଲ୍‌ କରି ପ୍ରତିପତ୍ତିଶାଳୀ ଜୟ ପଣ୍ଡା ଦଳିତଙ୍କ ଜମି ହାତେଇଛନ୍ତି । ଦଳିତଙ୍କ ଉପରେ ଅତ୍ୟାଚାର ଆଇନ ଅନୁଯାୟୀ ଜଘନ୍ୟ ଅପରାଧ ବୋଲି ସେ ପିଏମଓ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟ୍ୱିଟ୍‌ କରିଛନ୍ତି ସସ୍ମିତ ।

Leave a Reply