spot_img

Latest Posts

ବାହାରିଲା ଟ୍ରାକ୍ଟର ରାଲି: ବାରିକେଡ୍ ଭାଙ୍ଗି ଦିଲ୍ଲୀ ଭିତରକୁ ପଶିଲେ ଚାଷୀ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟ ପୂର୍ବରୁ ବାହାରିଲା ଚାଷୀଙ୍କ ଟ୍ରାକ୍ଟର ରାଲି । ସିଂଘୁ ସୀମାରେ ପୋଲିସ ଲଗାଇଥିବା ବ୍ୟାରିକେଡ୍‌ ଭାଙ୍ଗି ଚାଷୀ ଦିଲ୍ଲୀକୁ ପସିଛନ୍ତି। ସିଂଘୁ ସୀମାରୁ କଞ୍ଝଓ୍ବାଲା ଚୌକ୍‌ ଅଭିମୁଖେ ରାଲି ଆରମ୍ଭ ହୋଇଛି। ପଞ୍ଜାବର କିଷାନ ମଜଦୁର୍ ସଂଘର୍ଷ ସମିତି ସହ ଜଡ଼ିତ ଚାଷୀମାନେ ଟ୍ରାକ୍ଟର ପରେଡ ଆରମ୍ଭ କରିଛନ୍ତି।

ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଦିଲ୍ଲୀକୁ ପଶିବାରୁ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିବା ସହ ଲୁହବୁହା ଗ୍ୟାସ ବ୍ୟବହାର କରିଛି। ସେପଟେ ଦିଲ୍ଲୀର ସ୍ବରୂପ ନଗରଠାରେ ଚାଷୀଙ୍କୁ ଫୁଲଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି ସ୍ଥାନୀୟ ଲୋକେ। ଦିଲ୍ଲୀ ପୋଲିସ ଦେଇଥିବା ରୁଟ୍‌ରେ ନୁହଁ, ଆମ ଇଚ୍ଛାରେ ରାଲି ନେବୁ ବୋଲି କିଷାନ ମଜଦୂର ସଂଘର୍ଷ ସମିତି ଅଧ୍ୟକ୍ଷ ସତନାମ ସିଂ ପନ୍ନୁ କହିଛନ୍ତି।

ସେପଟେ ଟିକ୍‌ରି ବର୍ଡରରେ ବି ଆନ୍ଦୋଳନକାରୀ ବ୍ୟାରିକେଡ୍‌ ଭାଙ୍ଗିଛନ୍ତି। ଟ୍ରାକ୍ଟର ପରେଡ୍‌ ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ପୋଲିସ ବ୍ୟାରିକେଡ୍‌ ଭାଙ୍ଗି ଦିଲ୍ଲୀ ଭିତରକୁ ଧସେଇ ପଶିଛନ୍ତି ଚାଷୀ । ଧନ୍‌ସା ସୀମାରେ ବି ଚାଷୀଙ୍କ ଟ୍ରାକ୍ଟର ପରେଡ୍‌ ବାହାରିଛି। ଅନ୍ୟପଟେ ଚିଲ୍ଲା ବର୍ଡରରୁ ଦିଲ୍ଲୀ-ନୋଏଡ଼ା ଲିଙ୍କ ରୋଡ୍‌ ଦେଇ ଟ୍ରାକ୍ଟର ରାଲି ବାହାର କରିବାକୁ ଚାଷୀ ପ୍ରସ୍ତୁତ ହୋଇ ରହିଛନ୍ତି। ଗାଜିପୁର ସୀମାରେ ବି ସମାନ ସ୍ଥିତି।

ଆଇନ ଶୃଙ୍ଖଳା ନେଇ ୟୁପି ପୋଲିସ ଓ ଚାଷୀ ନେତାଙ୍କ ସହ ଆଲୋଚନା ହୋଇଛି। ପୂର୍ବ ଦିଲ୍ଲୀ ଡିସିପିଙ୍କ ମୁତାବକ ପରେଡ୍‌ ଉପରେ ନଜର ରଖିବା ପାଇଁ ଡ୍ରୋନ୍ ଲଗାଯାଇଛି ।

 

Latest Posts

Don't Miss