spot_img

Latest Posts

ବୋଲଗଡ଼ ବିଡ଼ିଓଙ୍କ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା, ରାଲିରେ ସାମିଲ ବିଭିନ୍ନ ଦଳର ନେତା ଓ କର୍ମୀ

ଖୋର୍ଦ୍ଧା : ଚାଲିଛି ବିରାଟ ପ୍ରତିବାଦ ଶୋଭାଯାତ୍ରା। ସାମିଲ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ବୁଦ୍ଧିଜୀବୀ, ସମାଜସେବୀ। ଦଳ ମତ ନିର୍ବିଶେଷରେ ଏକାଠି କର୍ମୀ ଓ ଜନସାଧାରଣ। କିଏ ବାଇକ୍ ରେ କିଏ ସାଇକଲରେ। କିଏ ପୁଣି ଚାଲିଚାଲି। ଗାଁକୁ ଗାଁ ବୁଲି କରୁଛନ୍ତି ଆନ୍ଦୋଳନ। ଗତ ସାଧାରଣତନ୍ତ୍ର ଦିବସରେ ବୋଲଗଡ଼ ଅଞ୍ଚଳକୁ ଅବମାନନା କରି ମିଳିତ ପରେଡକୁ ବନ୍ଦ କରିଥିଲେ ବିଡ଼ିଓ ସୁମନସୁଧା କୁଣ୍ଡୁ। ପ୍ରତିବାଦରେ ହୋଇଛି ଏହି ମେଳି।
ଲୋକ ପ୍ରତିନିଧିଙ୍କୁ ଅପମାନ କଲେ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ବାରମ୍ବାର କହିଛନ୍ତି। ବୋଲଗଡ଼ ବିଡ଼ିଓ ଏହାକୁ ବେଖାତିର କରିବାରୁ ଦଳମତ ନିର୍ବିଶେଷରେ କରାଯାଇଛି ନିନ୍ଦା। ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ୧୯ଟି ପଞ୍ଚାୟତର ନେତା, କର୍ମୀ ଓ ସାଧାରଣ ଜନତା।
ବୋଲଗଡ଼ ବିଡ଼ିଓ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦିଆଯାଇଛି ଦାବିପତ୍ର। ପୂର୍ବରୁ ପଲ୍ଲୀରେ ପ୍ରଶାସନିକ କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ଡ଼୍ରାଇଭର ଜନ୍ମଦିନ କେକ୍ କାଟିବା ଘଟଣାରେ ତଦନ୍ତ ପାଇଁ ରାଜ୍ୟ ସରକାର ଦେଇସାରିଛନ୍ତି ନିର୍ଦ୍ଦେଶ। ବିଡ଼ିଓଙ୍କ ଏହିଭଳି ମନମୁଖି ନୀତି ବିରୋଧରେ ତେଜୁଛି ଜନ ଅସନ୍ତୋଷ। କାର୍ଯ୍ଯାନୁଷ୍ଠାନ ଉପରେ ରହିଛି ସମସ୍ତଙ୍କ ନଜର। ବୋଲଗଡ଼

Latest Posts

Don't Miss