୫ ଦଫା ଦାବି ନେଇ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚର ଗଣଧାରଣା

1 min read

କାମାକ୍ଷାନଗର: ୫ ଦଫା ଦାବି ନେଇ ମିଳିତ ଆଦିବାସୀ ସଂଘର୍ଷ ମଞ୍ଚ ତରଫରୁ ରାଲି ଓ ଗଣଧାରଣା । କାମାକ୍ଷାନଗରରେ ବିଶାଳ ରାଲି କରିବା ସହ ଗଣଧାରଣା ଦେଇଛି ମଞ୍ଚ । ଆଦିବାସୀମାନଙ୍କ ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି l

ପରଜଙ୍ଗ, କଙ୍କଡାହାଡ଼ ଓ କାମାକ୍ଷାନଗର ବ୍ଲକର ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଜିରିଡାମାଳିଠାରୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପାରମ୍ପରିକ ଜନଜାତିଙ୍କ ଜଙ୍ଗଲ ଅଧିକାର, ମୋ ଜଙ୍ଗଲ ଜମି ଯୋଜନାର ସଠିକ କାର୍ଯ୍ୟକାରିତା, ଆଦିବାସୀ ଭୂମିହୀନଙ୍କୁ ଘରଡିହ ପଟ୍ଟା ବଣ୍ଟନ, ଆଦିବାସୀ ବସ୍ତିରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଆଦିବାସୀ ଗାଁକୁ ରାସ୍ତା ନିର୍ମାଣ ଦାବି ନେଇ ସରକାରଙ୍କୁ ଘେରିଛନ୍ତି ଆଦିବାସୀ l ଦାବି ପୂରଣ ନହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନର ଚେତାବନୀ ଦେଇଛି ମଞ୍ଚ ।