ପ୍ରାର୍ଥୀତ୍ବକୁ ନେଇ ପୁଣି କଂଗ୍ରେସ ଭବନରେ ଜୋରଦାର ପ୍ରତିବାଦ

1 min read

ଭୁବନେଶ୍ବର: ପ୍ରାର୍ଥୀଙ୍କୁ ନେଇ କଂଗ୍ରେସରେ ତେଜିଲା ଅସନ୍ତୋଷ। କଂଗ୍ରେସ ଭବନରେ ଜୋରଦାର ପ୍ରତିବାଦ, ନାରାବାଜି, ହୋହଲ୍ଲା ସହ ଧସେଇ ପଶିବାକୁ ଉଦ୍ଯମ । ପିପିଲି ଓ ଜୟଦେବ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥିତ୍ବ ନେଇ ଅସନ୍ତୋଷ ଦେଖାଦେଇଛି ।

ପିପିଲିରେ ଜ୍ଞାନ ରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ଆଶାୟୀ ଥିବା ନିଶିକାନ୍ତ ମିଶ୍ରଙ୍କ ସମର୍ଥକମାନେ ବିରୋଧ କରିଛନ୍ତି । ସେହିପରି ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ କୃଷ୍ଣ ଶଗରିଆଙ୍କୁ କଂଗ୍ରେସ ଟିକେଟ ଦେବା ପରେ ଦଳରେ ଅସନ୍ତୋଷ ଦେଖାଦେଇଛି l ୭ ଶହ କିଲୋମିଟର ଦୂରର ଜଣେ ନେତାଙ୍କୁ ଏଠାରେ ଦଳ କାହିଁକି ଟିକେଟ ଦେଇଛି ବୋଲି କଂଗ୍ରେସ ନେତା ଓ କର୍ମୀ ପ୍ରଶ୍ନ କରିଛନ୍ତି।

ଏନେଇ ଭୁବନେଶ୍ବର କଂଗ୍ରେସ ଭବନରେ ପ୍ରତିବାଦ କରାଯାଇଛି। ତୁରନ୍ତ ଜୟଦେବ ନିର୍ବାଚନମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଶଗରିଆଙ୍କୁ ପରିବର୍ତ୍ତନ କରି ଯୋଗ୍ଯ ନେତାଙ୍କୁ ଟିକେଟ ଦେବା ପାଇଁ ନେତା ଓ କର୍ମୀମାନେ ଦାବି କରିଛନ୍ତି l କଂଗ୍ରେସ ଭବନରେ ଜୟନ୍ତ ଭୋଇଙ୍କ ସମର୍ଥକମାନେ ପ୍ରାର୍ଥିତ୍ବ ନେଇ ପ୍ରତିବାଦ କହିଛନ୍ତି l