ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ: ବିଧାନସଭା ସମ୍ମୁଖରେ ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ

1 min read

ଭୁବନେଶ୍ୱର: ସାଲିଆ ସାହି ବସ୍ତି ଉଚ୍ଛେଦକୁ ବିରୋଧ । ପ୍ରତିବାଦରେ ମାହାତ୍ମା ଗାନ୍ଧୀ ମର୍ଗରେ ହଜାର ହଜାର ବସ୍ତି ବାସିନ୍ଦାଙ୍କ ବିକ୍ଷୋଭ ପ୍ରର୍ଦଶନ । ଏଥିସହ ୨୦x୩୦ ଫୁଟର ଜମି ପ୍ରଦାନ ନେଇ ସାଲିଆ ସାହି ଆଞ୍ଚଳିକ କମିଟି ପକ୍ଷରୁ ଦାବି ହୋଇଛି ।

ଗତ ୨ ତାରିଖରୁ ବସ୍ତି ଉଚ୍ଛେଦ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।  ୪ ଓ ୭ ତାରିଖରେ ମଧ୍ୟ ଉଚ୍ଛେଦକାରୀ ଦଳ ଆସି ବସ୍ତି ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ସାଲିଆ ସାହି ବସ୍ତି ଏଠାରୁ ଆଦୌ ହଟାଯାଇପାରିବନାହିଁ ବୋଲି କହିଛନ୍ତି ସାଲିଆ ସାହି ଆଞ୍ଚଳିକ କମିଟିର ଶିବରାମ ପତି । ୭ ଡିସେମ୍ୱର ୧୯୯୪ରେ ଏ ନେଇ ପ୍ରଶାସନିକ ନିଷ୍ପତ୍ତି ହୋଇଥିଲା । ପରେ ୨୦ ନଭେମ୍ୱର୧୯୯୮ ମସିହାରେ ବସ୍ତି ହଟାନଯାଇ ଅଗ୍ରାଧିକାର ଭିତ୍ତିରେ ସ୍ଥାୟୀ ଉନ୍ନତି କରାଯିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏହାର ଉଲ୍ଲଙ୍ଘନ କରି ୨୦୦ ଫୁଟିଆ ରାସ୍ତା ନିର୍ମାଣ ବାହାନରେ ବଳପୂର୍ବକ ବସ୍ତି ଉଚ୍ଛେଦ ପାଇଁ ପ୍ରୟାସ କରୁଥିବା କହିଛନ୍ତି ଶିବରାମ ।

Leave a Reply