ତେଜିଲା ଗାଡ଼କଣ ଅଳିଆ ଗଦା ହଟାଅ ଦାବି । ଆରମ୍ଭ ହେଲା ଆମରଣ ଅନଶନ । ରାଜ୍ଯ ସରକାରଙ୍କ ଦୋମୁହାଁ ନୀତି ନେଇ ବର୍ଷିଲା ଅଭିଯାନ । ବିଏମସି ବେଆଇନ ଅଳିଗଦା କରୁଥିବା ଅଭିଯୋଗ । ଗାଡକଣରୁ ଅଳିଆ ଗଦା ହଟାଇବା ଦାବିରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଗରେ ଆମରଣ ଅନଶନରେ ବସିଲା ସୌନିକ ସ୍କୁଲ ବଞ୍ଚାଓ, ଅଳିଆ ଗଦା ହଟାଓ ଅଭିଯାନ । କିଏ ମଜୁରୀ ବନ୍ଦ କରିଛି ତ, ଆଉ କିଏ ଛୋଟ ଛୁଆଙ୍କୁ ଧରି ବସିଛି । ସ୍ୱାସ୍ଥ୍ୟ, ବିପଦକୁ ଅଣଦେଖା ଓ ନିୟମ ଉଲ୍ଲଂଘନ ସତ୍ତ୍ବେ BMCକୁ CTO ଜାରି କରିଛି ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ । ବୋର୍ଡର ଆଞ୍ଚଳିକ ଅଧିକାରୀ ଏଥିପାଇଁ ଦାୟୀ । ଦୀର୍ଘଦିନ ଧରି ବେଆଇନ ଭାବରେ ଅଳିଆ ପ୍ରକ୍ରିୟାକରଣ ହେଉଥିଲା । ଏଠାକାର ୱିଣ୍ଡୋ କମ୍ପୋଷ୍ଟିଂ, ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ରିସାଇକ୍ଲିଂ ପ୍ଲାଣ୍ଟ ଏବଂ ଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସମୂହକୁ ଅଗଷ୍ଟ ୧୨ରେ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ପରିଚାଳନା କରିବାକୁ BMCକୁ ସମ୍ମତି ପ୍ରଦାନ କରିଛି । କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପ୍ରୋତ୍ସାହନ ଦିଆଯାଇଥିବା ଅଭିଯୋଗ କରି ଦାବିପତ୍ର ପ୍ରଦାନ କରିଛି ଅଭିଯାନ।
ଗାଡକଣ ଅଳିଆ ଗଦା ନେଇ ଅକ୍ଟୋବର ୩୦ ସୁଦ୍ଧା ବିଏମସିକୁ ରିପୋର୍ଟ ଦେବାକୁ କହିଥିଲା OPCB । ରାତି ପାହିଲେ କଣ୍ଟ ପୂରିବ । ହେଲେ ବିଏମସି ପକ୍ଷରୁ କୌଣସି ଉତ୍ତର ମିଳିନି । ହାଇକୋର୍ଟରେ ରହିଛି ମାମଲା । କଣ ପଦକ୍ଷେପ ନିଆଯାଇଛି ଓ ନିଆଯିବ, ସେ ବାବଦରେ ନଗର ଉନ୍ନୟନ ବିଭାଗ ସହ ମଧ୍ୟ ଆଲୋଚନା ଚାଲିଛି । ତେବେ ସେଠାରେ ଥିବା ପ୍ରୋସେସିଂ ୟୁନିଟ ମାଧ୍ୟମରେ ଅଳିଆର ପ୍ରୋସେସିଂ ହେବ ଏବଂ ଅଳିଆ ହଟିବା ନେଇ ପ୍ରସ୍ତୁତି ଆରମ୍ଭ ହେବ ବୋଲି କହିଛନ୍ତି OPCBର ବରିଷ୍ଠ ବୈଜ୍ଞାନିକ। ବାରମ୍ବାର ଆନ୍ଦୋଳନ, ପ୍ରତିବାଦ ସତ୍ତ୍ବେ ଏଯାଏଁ ହଟି ପାରୁନି ଅଳିଆଗଦା । ବାଦି ପୂରଣ ନ ହେଲେ ଆମରଣ ଅନଶନ ଜାରି ରହିବ ବୋଲି ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି ।

