ସ୍କୁଲ ଆଡମିଶନ ପ୍ରସଙ୍ଗ : ଅଭିଭାବକ ମହାସଂଘର ବିରୋଧ,ଆନ୍ଦୋଳନ ଧମକ

1 min read

ଭୁବନେଶ୍ୱର: ସ୍କୁଲରେ ଆଡମିଶନ ପ୍ରସଙ୍ଗ । ଜୋରଦାର ବିରୋଧ ସତ୍ତ୍ଵେ ସରକାର ଆରମ୍ଭ କରିଥିବା ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଆଡମିଶନ ଗତକାଲିଠାରୁ ଆରମ୍ଭ ହୋଇଛି । ଏହାକୁ ବିରୋଧ କରି ଓଡ଼ିଶା ଅଭିଭାବକ ମହାସଂଘ ଆଜି ମହାତ୍ମା ଗାନ୍ଧୀ ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ସାରା ବିଶ୍ୱ କରୋନା କବଳିତ ଥିବାବେଳେ ଆଡମିଶନ କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି ଅଭିଭାବକ ମହାସଂଘ । ଘରୋଇ ସ୍କୁଲଗୁଡ଼ିକର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ସଂଘ ଅଭିଯୋଗ କରିଛି । ସରକାର ତୁରନ୍ତ ଏ ନିଷ୍ପତ୍ତିରୁ ନ ଓହରିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘ ଚେତାଇ ଦେଇଛି ।

File pic

 

ଅନ୍ୟପଟେ ଆଡମିଶନକୁ ସଂଘ କାହିଁକି ବିରୋଧ କରୁଛି । ଏହା ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ହୋଇପାରେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ଦାଶ । ସେମାନେ ଏହାକୁ କାହିଁକି ଘରୋଇ ବିଦ୍ୟାଳୟ ସହ ଯୋଡୁଛନ୍ତି ବୋଲି ସମୀର ପ୍ରଶ୍ନ କରିଛନ୍ତି । ଜୁଲାଇ ୧୫ ସୁଦ୍ଧା ଆଡମିଶନ ସାରିବାକୁ ହେବ । ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସରକାର ତିନି ମାସ ଯାଏଁ ମଧ୍ୟାହ୍ନ ଭୋଜନ ଦେଇଛନ୍ତି । ପରବର୍ତ୍ତୀ ଅବସ୍ଥାରେ କେତେ ପିଲା ଆଡମିଶନ କଲେ ତାରା ଡାଟା ଆବଶ୍ୟକ ରହିଛି । ମୁଖ୍ୟ ଶାସନ ସଚିବ କହିଛନ୍ତି, ଜୁନ ୩୦ ଭିତରେ ୧୦ ବର୍ଷରୁ କମ ପିଲାଙ୍କୁ ଆଣି ଆଡମିଶନ କରିବାକୁ । ତେଣୁ ସରକାର ଏବେଠାରୁ ଆଡମିଶନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶ ।

Leave a Reply