spot_img

Latest Posts

ଏହି ଦେଶରେ କଲଗାର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ…

କରୋନା ଭୂତାଣୁ ମୁକାବିଲା ପାଇଁ ସମଗ୍ର ବିଶ୍ୱ ସଂଘର୍ଷ କରୁଛି । ଏହି ମହାମାରୀ ସହ ଲଢିବାକୁ ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟା ଚଲାଇଛନ୍ତି । ଜର୍ମାନୀରେ ମଧ୍ୟ ସମାନ ସ୍ଥିତି ରହିଛି । ତେବେ ସେଠାରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିବ। ଜର୍ମାନୀରେ ଗୋଟିଏ ବେଶ୍ୟାଳୟକୁ କରୋନା ପରୀକ୍ଷା କେନ୍ଦ୍ର ଭାବରେ ପରିଣତ କରାଯାଇଥିଲା ଏବଂ ଏଠାରେ କାର୍ଯ୍ୟ କରୁଥିବା ମହିଳାମାନେ ମଧ୍ୟ ଏହି କାର୍ଯ୍ୟରେ ସକ୍ରିୟ ହୋଇଛନ୍ତି ।

ଏହି ବେଶିୟାଳୟ ଦକ୍ଷିଣ-ପଶ୍ଚିମ ଜର୍ମାନୀରେ ହାୟଡଲବର୍ଗ ନାମକ ଏକ ସହରରେ ଅବସ୍ଥିତ । ଏଠାରେ ୨୫ ଜଣ ମହିଳା କାମ କରନ୍ତି । ଜର୍ମାନୀର ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଏହି ମହିଳାମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କରୋନା ପରୀକ୍ଷା କରିବା ନେଇ ପରୀକ୍ଷଣ ଦେଇଛନ୍ତି। ଏଠାରେ କାର୍ଯ୍ୟ କରୁଥିବା ଜଣେ ୪୫ ବର୍ଷୀୟ ମହିଳା ଏହି ବିଷୟରେ ନିଜେ କହିଥିଲେ । ମହିଳାଙ୍କ କହିବା ଅନୁସାରେ ସବୁବେଳେ ସେ ଏକ ପ୍ରୋଟେକ୍ଟିଭ୍ ଗାଉନ୍, ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧି ରହୁଛନ୍ତି । ସାଧାରଣତଃ ସେ କେବେ ବି ଏମିତି ପିନ୍ଧି ରୁହନ୍ତି ନାହିଁ । କିନ୍ତୁ ଏହି ଭୂତାଣୁ ହେତୁ ତାଙ୍କୁ ସଚେତନ ହୋଇ ରହିବାକୁ ପଡୁଛି । ଏହା ସହ ପ୍ରତିଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରେ ରଖି ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି ସେଠାର କର୍ମୀମାନେ ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ଚାକିରିରେ ତାଙ୍କୁ ବହୁତ ସମ୍ବେଦନଶୀଳ ରହିବାକୁ ପଡିଥାଏ ଏବଂ କରୋନା ପରୀକ୍ଷା ସମୟରେ ତାଙ୍କୁ ଅଧିକ ସଚେତନ ହୋଇ ରହିବାକୁ ପଡୁଛି । ପରୀକ୍ଷାର ୨୦ମିନିଟ୍ ମଧ୍ୟରେ, ଯେକୌଣସି ବ୍ୟକ୍ତି ନିଜ ମୋବାଇଲରେ କରୋନା ଟେଷ୍ଟର ଫଳାଫଳ ପାଇଯାଆନ୍ତି ।

 

ଏହି ସ୍ଥାନର ମାଲିକ ଅଣସଠି ବର୍ଷ ପୂରୁଣା । ସେ ଏହି ସ୍ଥାନକୁ ପ୍ରଶାସନକୁ ମାଗଣାରେ ଉପଲବ୍ଧ କରାଇଛନ୍ତି। ସେ କହିଛନ୍ତି ଯେ ଏହି ମହାମାରୀର ମୁକାବିଲା ପାଇଁ ସେମାନେ ତାଙ୍କର ଅବଦାନ ଦେବାକୁ ଚାହୁଁଛନ୍ତି। ସୂଚନାଅନୁସାରେ , ଜର୍ମାନୀରେ ଟୀକାକରଣ ପ୍ରକିୟା ଦ୍ରୁତ ଗତିରେ ଚାଲିଛି । ଜର୍ମାନୀରେ ପ୍ରାୟ ୨ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ କରୋନା ଟିକା ଦିଆଯାଇସାରିଛି। ଏହା ବ୍ୟତୀତ ୯୦ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇସାରିଛି। ତେବେ ସାରା ବିଶ୍ୱ ଏହି ମହାମାରୀ ସହ ଲଢ଼ୁଥିବା ସମୟରେ ବେଶ୍ୟାଳୟର ମହିଳାମାନଙ୍କର ସାହାଯ୍ୟମୂଳକ ପଦକ୍ଷେପ ସମସ୍ତଙ୍କ ପାଇଁ ଏକ ଉଦାହରଣ ।

Latest Posts

Don't Miss