ଖୁବଶୀଘ୍ର ଭିସୁଟର ବିକାଶ ପାଇଁ ହେବ ମାଷ୍ଟରପ୍ଲାନ୍

1 min read

ଭୁବନେଶ୍ୱର: ସମ୍ବଲପୁର ସ୍ଥିତ ଭିସୁଟର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ହଜାରେ କୋଟି ଟଙ୍କାର ଅନୁଦାନ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ ପାଣ୍ଡିଆନ୍, ସଚିବ ହେମନ୍ତ ଶର୍ମା ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ବୁର୍ଲା ଭିସୁଟ ଯାଇ ଉନ୍ନତି ମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି।  ୧୦୦୦ କୋଟି ଟଙ୍କା ବ୍ୟୟରେ ୧୦ ହଜାର ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ସହ ଯେପରି ପାଠ ପଢିପାରିବେ, ସେନେଇ ରିଭ୍ୟୁ କରିଛନ୍ତି ଅଧିକାରୀ ମାନେ।

ସେଠାରୁ ବଇଜାମୁଣ୍ଡା ଯାଇ ଆଇଆଇସି ବଇଜାମୁଣ୍ଡା ପରିଦର୍ଶନ କରିଛନ୍ତି । ସେଠାରେ ଗୋଟିଏ କମ୍ୟୁନିଟି ହଲ ଏବଂ ଓ୍ବାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର ସମୀକ୍ଷା କରିଛନ୍ତି । ସମ୍ବଲପୁର କିପରି ଭିକାରୀମୁକ୍ତ ହୋଇପାରିବ ସେନେଇ ଆଲୋଚନା ମଧ୍ୟ କରିଛନ୍ତି । କମ୍ୟୁନିଟି ହଲରେ ଏକାଥରକେ କିଭଳି ୫୦୦ରୁ ଅଧିକ ଲୋକ ରହିପାରିବେ ତାହା ସମୀକ୍ଷା କରିଛନ୍ତି । ସେଠାରୁ ଲେଡି ଲୁଇସ ବାଳିକା ବିଦ୍ୟାଳୟ ଯାଇ ୫ଟି ସ୍କୁଲ ବୁଲି ଦେଖିଛନ୍ତି ।

VSSUT ରାଜ୍ୟର ଏକ ଅଗ୍ରଣୀ Engineering College ଏବଂ ସାରା ଦେଶରେ ଏହାର ସୁଖ୍ୟାତି ରହିଛି । ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ  ହେମନ୍ତ ଶର୍ମା VSSUT ଯାଇ ବିଶ୍ୱବିଦ୍ୟାଳୟର Academic Block ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା Auditorium, ପୁଲହ ଓ ବଶିଷ୍ଠ Hall ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ।

ଦେଶରେ Technical Education କ୍ଷେତ୍ରରେ VSSUT ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଏହାକୁ Engineering ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ master plan ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ । ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ Master Plan ପ୍ରସ୍ତୁତକରାଯିବ । This master plan will be made in such a way to make vssut compete with IITs and other national institutes.

ଛାତ୍ରଛାତ୍ରୀମାନେ ମଧ୍ୟ ସେମାନେ କରିଥିବା Project ସବୁ ଉପସ୍ଥାପନା କରିଥିଲେ । ୫ଟି ସଚିବ ଶ୍ରୀ ପାଣ୍ଡିଆନ ଏଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ Industry Linkage ଉପରେ ଗୁରୁତ୍ୱ ଦେଇଥିଲେ । ପରେ ସେମାନେ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶନ କରି ସେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ଯ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ।

 

ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା Lady Lewis Girls High School ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ Alumni ସହିତ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ସମଲେଶ୍ୱରୀ ମନ୍ଦିର ପଶ୍ଚିମ ଓଡିଶାର ଆଧ୍ୟତ୍ମିକ ପ୍ରାଣକେନ୍ଦ୍ର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ ଟି ରୂପାନ୍ତର କାର୍ଯ୍ୟକ୍ରମରେ ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ସମଲେଇ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ସେବାୟତ ଓ ଜନସାଧରଣଙ୍କ ମତାମତ ନେଇଥିଲେ । ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ OBCC କର୍ତ୍ତୃପକ୍ଷ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବଙ୍କୁ ଅବଗତ କରାଇଥିଲେ । ପ୍ରକଳ୍ପ ଅଧିନସ୍ଥ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ଅଧିକାରୀମାନେ ପ୍ରଥମେ ମା’ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମା’ଙ୍କର ପୂଜା ଅର୍ଚ୍ଚନା କରିଥିଲେ ।