ଲକ୍ଡାଉନ୍ ପରେ ଓକିଲଙ୍କ ଗ୍ରୀଷ୍ମ ଛୁଟି ବାତିଲ ପାଇଁ ପ୍ରସ୍ତାବ
1 min readକଟକ: ଲକ୍ଡାଉନ୍ ଖୋଲିବା ପରେ ଓକିଲଙ୍କୁ ମିଳିବନି ଗ୍ରୀଷ୍ମ ଛୁଟି ! ସୂଚନାଅନୁଯାୟୀ କଟକ-ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ବାତିଲ କରିବାକୁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ମେ’ ୩ରେ ଲକ୍ ଡାଉନ ଅବଧି ଶେଷ ହେବା ପରେ ଯଦି ସରକାର ପୁଣି ଏହାର ଅବଧି ନବଢ଼ାନ୍ତି ତେବେ ହାଇକୋର୍ଟ ଓକିଲଙ୍କୁ ଆଉ ଗ୍ରୀଷ୍ମ ଛୁଟି ଦିଆଯିବ ନାହିଁ । ଏନେଇ କୌଣସି ସଠିକ୍ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଏଭଳି ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି ।
ଆଡଭୋକେଟ ଜେନେରାଲ ଓ ହାଇକୋର୍ଟ ବାର ଆସୋସିଏସନର ପରାମର୍ଶ ପରେ ଗ୍ରୀଷ୍ମ ଛୁଟି ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।