Dawood in Pakistan : ହାଫିଜ୍ ସଇଦ, ମସୁଦ୍ ଅଜହର ଓ ଦାଉଦ୍ ଇବ୍ରାହିମର ସମ୍ପତ୍ତି ଜବତ କରିବ ପାକିସ୍ତାନ

1 min read

ଇସଲାମାବାଦ: ଅନ୍ତର୍ଜାତୀୟ ଆତଙ୍କବାଦ ଆର୍ଥିକ କାରବାର ଉପରେ ‘ଆର୍ଥିକ ଆକ୍ସନ୍ ଟାସ୍କ ଫୋର୍ସ’ (FATF) ର ‘ଗ୍ରେ ଲିଷ୍ଟରୁ’ ବାହାରକୁ ଆସିବାକୁ ଉଦ୍ୟମ ଆରମ୍ଭ କରିଛି ପାକିସ୍ତାନ । ଏଥିପାଇଁ ପାକିସ୍ତାନ ପ୍ରତିବନ୍ଧିତ ୮୮ ଆତଙ୍କବାଦୀ ସଂଗଠନ ଏବଂ ହାଫିଜ୍ ସଇଦ, ମସୁଦ୍ ଅଜହର ଓ ଦାଉଦ ଇବ୍ରାହିମ୍ ସମେତ ତାଙ୍କ ମୁଖ୍ୟଙ୍କ ଉପରେ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇବ । ଖବର ଅନୁସାରେ ଆତଙ୍କୀ ସଂଗଠନ ଓ ସଂଗଠନର ମୁଖ୍ୟଙ୍କ ସମସ୍ତ ସମ୍ପତ୍ତି ଜବତ କରାଯିବ । ଏପରିକି ବ୍ୟାଙ୍କ ଆକାଉଣ୍ଟ ସିଲ୍ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ୟାରିସ୍ ସ୍ଥିତ ଏଫଏଟିଏଫ ୨୦୧୮ ମସିହା ଜୁନରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଥିଲା । ୨୦୧୯ ଶେଷ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନେବାକୁ ଇସଲାମାବାଦକୁ କହିଥିଲା । କିନ୍ତୁ, କରୋନା ମହାମାରୀ ପାଇଁ ସମୟ ସୀମାକୁ ବଢ଼ାଇ ଦିଆଯାଇଥିଲା ।

ସରକାର ୧୮ ଅଗଷ୍ଟକୁ ଅଧିସୂଚନା ଜାରି କରି ୨୬/୧୧ ମୁମ୍ବାଇ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଜମାତ ଉଦ ଦାୱାର ସରଗାନା ସଇଦ, ଜୈଶ୍ ଏ ମହମ୍ମଦ ମୁଖ୍ୟ ଅଜହର ଓ ଅଣ୍ଡର ୱାର୍ଲ୍ଡ ନ୍ ଇବ୍ରାହିମ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦାଉଦ ଇବ୍ରାହିମ୍ ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ପରେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ୍ ଆତଙ୍କାବୀଦ ପାଲଟିଥିଲା ।

ପାକିସ୍ତାନ ସରକାର ସମସ୍ତ ୮୮ ଆତଙ୍କୀ ସଂଗଠନ ଓ ସେମାନଙ୍କ ମୁଖ୍ୟଙ୍କ ସମ୍ପତ୍ତି ଜବତ ସହ ବ୍ୟାଙ୍କ ଆକାଉଣ୍ଟ ସିଲ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖବର ଅନୁସାରେ ସଇଦ, ଅଜହର, ମୁଲ୍ଲ ଫଜଲୁଲ୍ଲ, ରହମାନ ଲଖବି, ମହମ୍ମଦ ୟହୟା ମୁଜାହିଦ, ଅବ୍ଦୁଲ ହକିମ ମୁରାଦ, ନୁର ବଲି ମହସୁଦ, ଉଜବେକିସ୍ତାନ ଲିବରେସନ ମୁଭମେଣ୍ଟର ଫଜଲ ରହିମ ଶାହ, ତାଲିବାନ ନେତା ଜଲ୍ଲାଲୁଦିନ ହକ୍କାନି, ଖଲିଲ ଅହମଦ ହକ୍କାନି, ଇବ୍ରାହିମ୍ ଓ ତାଙ୍କ ସହଯୋଗୀ ଏହି ତାଲିକାରେ ଅଛନ୍ତି ।

ପାକିସ୍ତାନ ଜାରି କରିଥିବା ଡକ୍ୟୁମେଣ୍ଟରେ ଦାଉଦ୍ ଇବ୍ରାହିମ କରାଚି ସ୍ଥିତ ହ୍ୱାଇଟ୍ ହାଉସରେ ରହୁଛି । ପାକିସ୍ତାନ ସରକାର ଦାଉଦର ସମ୍ପୂର୍ଣ୍ଣ ଠିକଣା ଜାରି କରିଛନ୍ତି । ସେ ହ୍ୱାଇଟ୍ ହାଉସରେ ରହୁଛି । ଯାହାକି କ୍ଲିଫଟନ୍ ସାଉଦି ମସଜିଦ୍ ନିକଟରେ ଅବସ୍ଥିତ ।

Leave a Reply